ଅନୁଗୁଳ: ଆଜକୁ ପ୍ରାୟ ତିନି ସପ୍ତାହ ହେବ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଶବ ବାହକ ଗାଡି ମହାପ୍ରୟ।ଣ ଅଚଳ ଅବସ୍ଥାରେ ପଡିରହିଛି।ଏହାର ସୁଯୋଗ ନେଇ ଦଲାଲ ମାନେ ଘରୋଇ ଶବ ବାହକ ଗାଡି ଯୋଗାଡ଼ କରିଦେଇ ରୋଗୀଙ୍କ ସମ୍ପର୍କୀୟଙ୍କୁ ଶୋଷଣ ମୁହଁକୁ ଠେଲି ଦେଉଛନ୍ତି।ୱାର୍ଡ ରେ କାହାରି ମୃତ୍ୟୁ ହେଲେ ଡାକ୍ତରଙ୍କ ଏଥିନେଇ ଘୋଷଣାନାମା ପରେ ମହାପ୍ରୟାଣ ଅଫିସ କୁ ଖବର ଦିଆଯାଏ।ସେମାନେ ସରକାରୀ ନିର୍ଦ୍ଧାରିତ ଦରରେ ଗାଡି ଯୋଗାଇ ଦିଅନ୍ତି।କିନ୍ତୁ କିଛି ଅସାଧୁ ଅସ୍ଥାୟୀ କର୍ମଚାରୀ ଏବେ ଦଲାଲ ସାଜିବା ଦ୍ୱାରା ଘରୋଇ ଶବ ବାହକ ଗାଡି ଓ ଆମ୍ବୁଲାନ୍ସ ଚାଳକମାନେ ହସ୍ପିଟାଲ ଭିତରେ ପଶି ରୋଗୀଙ୍କ ଠୁ ମନଇଚ୍ଛା ଦର ନେଉଛନ୍ତି।ଏଥିନେଇ ଏଡିଏମଓ ମେଡିକାଲ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ସିଡିଏମଓ ଏହାର ଉପଯୁକ୍ତ ତଦନ୍ତ କରିବା ସହ ମହାପ୍ରୟାଣ ଗାଡିକୁ ତୁରନ୍ତ ମରାମତି କରାଇବାକୁ ସାଧାରଣ ରେ ଦାବି ହୋଇଛି।
ଗଡୁନି ମହାପ୍ରୟାଣ:ଲୋକେ ହନ୍ତସନ୍ତ
- Post published:July 12, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
