୯ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ୍

You are currently viewing ୯ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ୍

ଅନୁଗୁଳ: ଅନୁଗୁଳ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ୍ ପକ୍ଷରୁ ୯ ଦଫା ଦାବି ନେଇ ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଅଣ ସଂଗଠିତ ଶ୍ରମିକଙ୍କର ତଥା ତାଳଚେର ଅଞ୍ଚଳର କେତେକ ସମସ୍ୟା ନେଇ ଆଜି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ଉପ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ଦାବିଗୁଡ଼ିକ ହେଉଛି ତାଳଚେରରେ ପବିତ୍ର ମୋହନ ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, କୋଇଲା ଉତ୍ତୋଳନ ପରେ ପାହାଡ ପରି ଗଦା ହୋଇଥିବା ଜାଗାକୁ ସମତଳ କରି ବୃକ୍ଷରୋପଣ କରିବା ଓ ଉକ୍ତ ଜାଗାକୁ ବାସହୀନ ଭୂମିହୀନ ପ୍ରଜାଙ୍କୁ ପ୍ରଦାନ କରିବା, ତାଳଚେର ପାଳଲହଡା ଅଞ୍ଚଳର ସମସ୍ତ ଦର୍ଶନୀୟ ଓ ପର୍ଯ୍ୟଟକ ସ୍ଥାନକୁ ପର୍ଯ୍ୟଟନ କେନ୍ଦ୍ରରେ ରୂପାନ୍ତରଣ, ମଧ୍ୟାହ୍ନ ଭୋଜନରେ କାର୍ଯ୍ୟରତ ପାଚିକା /ସହାୟିକା, CRP, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର, ଆଶାକର୍ମୀ, ଅଙ୍ଗନବାଡି କର୍ମୀଙ୍କୁ ସର୍ବନିମ୍ନ ମଜୁରୀ ସହ ୬ ମାସର ବେତନ ସହ ପ୍ରସୂତି କାଳୀନ ଛୁଟି, ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ଜୋତା ଟୋପି ଏବଂ ଯନ୍ତ୍ରପାତି କିଣିବା ପାଇଁ ୫୦୦୦ ଟଙ୍କା, ଶ୍ରମିକଙ୍କୁ ନିର୍ମାଣ ଶ୍ରମିକଙ୍କ ପରି ସମସ୍ତ ସହାୟତା ରାଶି ପ୍ରଦାନ, କୋଇଲା ଖଣିରେ କାମ କରୁଥିବା ସିକ୍ୟୁରିଟି ଗାର୍ଡ, ସୋସାଇଟି ଅଧୀନରେ କାମ କରୁଥିବା ଶ୍ରମିକ ସହିତ ଠିକା ଶ୍ରମିକଙ୍କୁ HPC ଦ୍ୱାରା ନିର୍ଦ୍ଧାରିତ ମଜୁରୀ ପ୍ରଦାନ କରାଯାଉ, ସମସ୍ତ EC ସଭ୍ୟଙ୍କୁ ମାସିକ ୩୦୦୦ ଟଙ୍କା ଦେବା ସହ ସ୍କୁଟି ଲୋନର ସୁଧ ଛାଡ଼ କରିବା, ବାର୍ଦ୍ଧକ୍ୟ, ବିଧବା, ବିକଳାଙ୍ଗ ଭତ୍ତାକୁ ମାସିକ ୨୦୦୦ ପ୍ରଦାନ କରିବା ଆଦି ଦାବି ରହିଛି।

ଏହାକୁ ତୁରନ୍ତ ପୂରଣ କରିବାକୁ ଉପଜିଲ୍ଲାପାଳଙ୍କୁ ନିବେଦନ କରିଛି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ୍।

Share

Leave a Reply