ରାଜ୍ୟସ୍ତରୀୟ ଦୁର୍ଘଟଣା ଅନୁସନ୍ଧାନ ତାଲିମ ଶିବିର ଉଦଘାଟିତ: ୨ ଦିନ ଟ୍ରେନିଂ ନେବେ ପୋଲିସ ଓ ଟ୍ରାନ୍ସପୋର୍ଟ ଅଧିକାରୀ

You are currently viewing ରାଜ୍ୟସ୍ତରୀୟ ଦୁର୍ଘଟଣା ଅନୁସନ୍ଧାନ ତାଲିମ ଶିବିର ଉଦଘାଟିତ: ୨ ଦିନ ଟ୍ରେନିଂ ନେବେ ପୋଲିସ ଓ ଟ୍ରାନ୍ସପୋର୍ଟ ଅଧିକାରୀ

ତାଳଚେର: ସ୍ଥାନୀୟ ଦେଉଳବେଡ଼ା ସ୍ଥିତ ମଙ୍ଗଳମ୍ କ୍ଲବର ସମ୍ମିଳନୀ କକ୍ଷରେ ଆଜି ଏକ ରାଜ୍ୟସ୍ତରୀୟ ଦୁର୍ଘଟଣା ଅନୁସନ୍ଧାନ ତାଲିମ ଶିବିର ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଡ. ସାର୍ଥକ ଷଡ଼ଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଆଡିସନାଲ କମିଶନର ଟ୍ରାନ୍ସପୋର୍ଟ(ରୋଡ଼ ସେଫ୍ଟି) ଲାଲମୋହନ ସେଠୀ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସ୍ୱାତୀ ଏସ.କୁମାର, ଆଡିସନାଲ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ରଜନୀକାନ୍ତ ସ୍ୱାଇଁ ଯୋଗ ଦେଇଥିଲେ। ଏ ଅବସରରେ ଟ୍ରାଫିକ ନିୟମ ପାଳନ କରିବା ତଥା ଏନେଇ ଜନସଚେତନତା ବୃଦ୍ଧି ଉପରେ ଆଲୋଚନା ହୋଇଥିଲା।

ନଲେଜ ପାର୍ଟନର ଭାବେ କର୍ଣ୍ଣାଟକସ୍ଥିତ ଜେ.ପି. ଇଣ୍ଡିଆ ପ୍ରାଇଭେଟ ଲିଃ ସହଯୋଗରେ ଏହି ଶିବିର ଆୟୋଜିତ ହୋଇଥିଲା। ଦୁର୍ଘଟଣାକୁ ଶୂନ୍ୟ କରିବା, ଦୁର୍ଘଟଣାଜନିତ ମୃତ୍ୟୁ ହାରକୁ କମାଇବା, ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ତୁରନ୍ତ ପ୍ରାଥମିକ ଉପଚାର କରି ମେଡ଼ିକାଲ ପଠାଇବା ଆଦି ସମ୍ପର୍କରେ ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାର ପୋଲିସ ଅଧିକାରୀ ଏବଂ ଟ୍ରାନ୍ସପୋର୍ଟ ଅଧିକାରୀ ଓଏମଭିଡିର କର୍ମଚାରୀମାନଙ୍କୁ ଦୁଇ ଦିନ ଧରି ପ୍ରଶିକ୍ଷଣ ଦିଆଯିବ ବୋଲି ସୂଚନା ଦିଆଯାଇଛି।

Share

Leave a Reply