ଟ୍ରକ-ବାଇକ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ଚାଳକ

You are currently viewing ଟ୍ରକ-ବାଇକ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ଚାଳକ

ଅନୁଗୁଳ: ସ୍ଥାନୀୟ ନାଲକୋ ଥାନା ସିପିପି ଛକରେ ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।

ସୂଚନା ମୁତାବକ, ସିପିପି କାରଖାନାରୁ କୋଇଲା ଅପସାରଣ କରିଆସୁଥିବା ଟ୍ରକ ଓ ବଅଁରପାଳରୁ ସିପିପି ଆସୁଥିବା ବାଇକ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ ବାଇକ ଚାଳକଙ୍କ ଗୋଡ଼ରେ ଆଘାତ ଲାଗିଛି। ସେ ଛେଳିଆପଡାର ଧ୍ରୁବ ଚରଣ ମୁଦୁଲି (୪୨) ବୋଲି ଜଣାଯାଇଛି। ସ୍ଥାନୀୟ ଲୋକେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Share

Leave a Reply