ବାଇକ୍ ଦୁର୍ଘଟଣାରେ ଦଣ୍ଡନାଚ ଅଭିନେତାଙ୍କ ମୃତ୍ୟୁ

You are currently viewing ବାଇକ୍ ଦୁର୍ଘଟଣାରେ ଦଣ୍ଡନାଚ ଅଭିନେତାଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ବଙ୍କୁଆଳଠାରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ସ୍ଥାନୀୟ ଯୁବକଙ୍କର ପ୍ରାଣହାନି ଘଟିଛି। ମୃତକଜଣକ ହେଲେ ରଣିଆକଟା ପଞ୍ଚାୟତ ରାଇବାହାଳ ଗ୍ରାମର ବିପିନ ନାୟକ (୨୬)।

ସୂଚନା ମୁତାବକ, ବିପିନ ଆଜି ଅପରାହ୍ନରେ ମାନଯୋରରୁ ବାଇକ୍ ଯୋଗେ ନିଜ ଘରକୁ ଫେରୁଥିଲେ। ତେବେ ବଙ୍କୁଆଳ ନିକଟରେ ବାଇକଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛ ସହ ପିଟି ହୋଇଯାଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ବିପିନଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବାମୁର ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ ଏବଂ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ମୃତ ବିପିନ କସ୍ତୁରୀବାହାଳ ଦଣ୍ଡ ପାର୍ଟିରେ ‘ହାଡ଼ି’ ଭୂମିକାରେ ଚମତ୍କାର ଅଭିନୟ କରି ସମଗ୍ର ଅଞ୍ଚଳରେ ବେଶ ପରିଚିତ ଓ ଆଦୃତ ଥିଲେ। ତାଙ୍କର ଏଭଳି ଆକସ୍ମିକ ବିୟୋଗ ଖବର ପ୍ରଚାରିତ ହେବା ପରେ ଦଣ୍ଡପାର୍ଟିର କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।

Share

Leave a Reply