ହସ୍ପିଟାଲ ପ୍ରସୂତି କକ୍ଷରେ ସର୍ଟସର୍କିଟ୍‌: ଅଳ୍ପକେ ବର୍ତ୍ତିଲେ ରୋଗୀ

You are currently viewing ହସ୍ପିଟାଲ ପ୍ରସୂତି କକ୍ଷରେ ସର୍ଟସର୍କିଟ୍‌: ଅଳ୍ପକେ ବର୍ତ୍ତିଲେ ରୋଗୀ

ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି କକ୍ଷରେ ଆଜି ଅପରାହ୍‌ଣ ପ୍ରାୟ ୪ଟା ୧୦ରେ ଏକ ସର୍ଟସର୍କିଟ୍‌ ଯୋଗୁଁ ବଡ଼ ବିପଦ ଟଳିଯାଇଛି। ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (ଏସି)ର ବିଦ୍ୟୁତ୍‌ ବୋର୍ଡରେ ଅଚାନକ ନିଆଁ ଲାଗି ଧୂଆଁ ଓ ପୋଡ଼ା ଗନ୍ଧ ବ୍ୟାପିଥିଲା। ଏହା ଦେଖି ପ୍ରସୂତି କକ୍ଷରେ ଥିବା ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା। ଅତୀତରେ କଟକ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାକୁ ମନେ ପକାଇ ପ୍ରଥମ ମହଲାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଜୀବନ ବିକଳରେ ତଳକୁ ଦୌଡ଼ିବାକୁ ଲାଗିଥିଲେ।

ତେବେ ଜଣେ ସ୍ଥାନୀୟ କର୍ମଚାରୀଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଦୁର୍ଘଟଣା ଏଡ଼ାଇ ଦିଆଯାଇଛି। ସେ ତୁରନ୍ତ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରି ନିଆଁକୁ ଆୟତ୍ତ କରିଥିଲେ। ଫଳରେ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପରବର୍ତ୍ତୀ ସମୟରେ ହସ୍ପିଟାଲର ବିଦ୍ୟୁତ୍‌ ବିଭାଗ କର୍ମଚାରୀ ପହଞ୍ଚି ନୂଆ ତାର ଓ ସ୍ୱିଚ୍‌ ଲଗାଇ ସ୍ଥିତି ସ୍ୱାଭାବିକ କରିଛନ୍ତି। ଏହି ଘଟଣା ପରେ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Share

Leave a Reply