ଗଞ୍ଜେଇ ସହ କାର୍ ଜବତ, ଯୁବକ ଗିରଫ

You are currently viewing ଗଞ୍ଜେଇ ସହ କାର୍ ଜବତ, ଯୁବକ ଗିରଫ

ଅନୁଗୁଳ: ଛେଣ୍ଡିପଦା ଥାନା ପୁଲିସ ଚଢ଼ଉ କରି ପାଟକମୁଣ୍ଡା ପଞ୍ଚାୟତ ଆଉଁଳି ପୋଲ ନିକଟରେ ଏକ କାର ଭିତରୁ ସାଢ଼େ ୩ କେଜି ଗଂଜେଇ ଜବତ କରିଛି। ଗଂଜେଇ ସହ ଟାଟା ଟିଆଗୋ କାର ଜବତ କରାଯାଇଥିବା ବେଳେ ଚାଳକ ପାଟକମୁଣ୍ଡା ଭାଲୁଖାଇଢ଼ିପ ଜିତେନ୍ଦ୍ର ସାହୁକୁ ଗିରଫ କରାଯାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଜିତେନ୍ଦ୍ର ଫୁଲବାଣୀ ଅଞ୍ଚଳରୁ ଗଂଜେଇ ଧରି ମଙ୍ଗଳବାର ରାତିରେ ଘରକୁ ଫେରୁଥିବା ପୁଲିସ ସୂଚନା ପାଇଥିଲା।  ଖବର ପାଇ ଛେଣ୍ଡିପଦା ପୁଲିସ ଆଉଁଳି ପୋଲ ଉପରେ ଛକି ରହିଥିଲା। ପୋଲ ପାର ହେବା ପରେ ପୁଲିସ କାର ଅଟକାଇ ଯାଞ୍ଚ କରିବାରୁ ଗାଡ଼ିରୁ ଗଞ୍ଜେଇ ମିଳିଥିଲା। ଛେଣ୍ଡିପଦା ଥାନା ଏସ୍‌ଇ ଦିଗାମ୍ବର ଜେନା କାର ସହିତ ଗଞ୍ଜେଇ ଜବତ କରିଥିବା ବେଳେ ଜିତେନ୍ଦ୍ରକୁ କୋଚାଲାଣ କରିଛନ୍ତି।

Share

Leave a Reply