ଭୟଙ୍କର ଦୁର୍ଘଟଣା: ଦୁଇ ଟ୍ରକ ମଝିରେ ଚାପି ହୋଇରହିଛି କାର

You are currently viewing ଭୟଙ୍କର ଦୁର୍ଘଟଣା: ଦୁଇ ଟ୍ରକ ମଝିରେ ଚାପି ହୋଇରହିଛି କାର

ଅନୁଗୁଳ: ତାଳଚେର ଥାନା ଅନ୍ତର୍ଗତ ଚାଇଁପାଳ ନିକଟସ୍ଥ ଗୁରୁଜାଙ୍ଗୁଲି ଛକରେ ଆଜି ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ବଅଁରପାଳ ଆଡୁ ଆସୁଥିବା ଏକ କାରକୁ ଟ୍ରକ୍ ଧକ୍କା ଦେବାରୁ କାରଟି ପଛରୁ ଆସୁଥିବା ଏକ ଟ୍ରକ ମଝିରେ ଚାପି ହୋଇଯାଇଛି। ଟ୍ରକଟି ଯେଭଳି ଭାବେ ଚାପି ହୋଇରହିଛି ସେଥିରୁ ବଞ୍ଚିବା ଅସମ୍ଭବ। ତଥାପି ଭାଗ୍ୟବଶତଃ କାର ଡ୍ରାଇଭର ବଞ୍ଚି ଯାଇଥିବା ଜଣାଯାଇଛି।

ସୂଚନାନୁଯାୟୀ, ଆଜି ସକାଳ ୫.୩୦ ରେ ଗୁରୁଜାଙ୍ଗୁଲି ଛକରେ ବଅଁରପାଳ ଆଡୁ ଆସୁଥିବା ଏକ କାରକୁ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ କାରଟି ଭାରସାମ୍ୟ ହରାଇ ଥରେ ବୁଲି ପଡ଼ି ପଛରୁ ଆସୁଥିବା ଏକ ଟ୍ରକ ମଝିରେ ଫସି ଯାଇଥିଲା। ଏହି ଦୁର୍ଘଟଣାରେ କାର ଚାଳକଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। କାର ଚାଳକ ଜଣଙ୍କ ହେଲେ ଏନଟିପିସି ଅଞ୍ଚଳର ଶିବରାମ ସାହୁ। ଖବର ପାଇ ପୁଲିସ ପହଞ୍ଚିଥିଲେ ମଧ୍ୟ କାରର କ୍ଷତିପୂରଣ ନିମନ୍ତେ କୌଣସି ନିଷ୍ପତ୍ତି ହୋଇପାରି ନଥିବାରୁ ରାଜରାସ୍ତା ଉପରେ ଦୁଇଟି ଟ୍ରକ ମଝିରେ କାର ଫସିରହିଥିବା ଦେଖାଯାଇଛି। ପ୍ରକାଶ ଯେ ଗତ କାଲି ସନ୍ଧ୍ୟା ବେଳେ ମଧ୍ୟ ତାଳଚେରର ୪୩ ନମ୍ବର ଜାତୀୟ ରାଜପଥ ଉପରେ ଏକ ଦୁର୍ଘଟଣା ଘଟିଥିଲା।

Share

Leave a Reply