ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କୁ ମାଡ଼ ଘଟଣା, ମାଲିକ ନାଁରେ ମାମଲା ରୁଜୁ କଲା ପୋଲିସ

You are currently viewing ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କୁ ମାଡ଼ ଘଟଣା, ମାଲିକ ନାଁରେ ମାମଲା ରୁଜୁ କଲା ପୋଲିସ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ପୋଲିସ ମାଲିକ ଭବାନୀ ଶଙ୍କର ଦେହୁରୀଙ୍କୁ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଶିଶୁ ମଙ୍ଗଳ ଅଧିକାରୀଙ୍କ ଅଭିଯୋଗ ପରେ ପୋଲିସ ଦଫା ୩୪୧, ୩୨୩ ଓ ଜୁଭେନାଇଲ ଜଷ୍ଟିସ ଶିଶୁ ଯତ୍ନ ଓ ସୁରକ୍ଷା ଆଇନ ଅନୁଯାୟୀ ଦଫା ୭୫ ରେ ମାମଲା ରୁଜୁ କରିଛି।

ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇସାହିଠାରେ ଥିବା ବିଦ୍ୟାଗୁରୁ ଏକାଡେମୀରେ ଛାତ୍ରଙ୍କୁ ନିର୍ଦ୍ଧୁମ ମାଡ଼ ମାରିବାର ଭିଡ଼ିଓ ଭାଇରାଲ ହୋଇଥିଲା। ଛାତ୍ରମାନେ ଭୋରରୁ ଉଠି ପାଠ ପଢିଲେ ନାହିଁ ବୋଲି ମାଲିକ ଭବାନୀ ଶଙ୍କର ଦେହୁରୀ ବାଡ଼ି ସାହାଯ୍ୟରେ ପିଟିଥିଲେ। ଖବର ପାଇ ଚାଇଲଡ଼ ଲାଇନ, ଶିଶୁ ମଙ୍ଗଳ ବିଭାଗ ଓ ପୋଲିସ ଘଟଣାର ତଦନ୍ତ କରିଥିଲେ। ତେବେ ସେଠାରେ ଛାତ୍ର ଓ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରଙ୍କୁ ମାଡ଼ ମରାଯିବା କଥାକୁ ସ୍ୱୀକାର କରିବା ପରେ ମଧ୍ୟ ପୋଲିସ ମାମଲା ରୁଜୁ କରି ନଥିଲା। ଏହି ଘଟଣାକୁ କିଛି ମୁଷ୍ଟିମେୟ ଲୋକ ଚାପି ଦେବାକୁ ଉଦ୍ୟମ ଚଳାଇଥିବା ବେଳେ ସୋମବାର ଏ ନେଇ ଶିଶୁ ମଙ୍ଗଳ ଅଧିକାରୀ ଦୀପ୍ତିମୟୀ ସାହୁ ଶିକ୍ଷାନୁଷ୍ଠାନ ନାମରେ ମାମଲା ରୁଜୁ କରିବା ପାଇଁ ଚାଇଲଡ ଲାଇନ ନଂ ୩୬୭୭/୨୩ ରେ ଚିଠି କରିବା ସହିତ ଏହାର ଚାଇଲଡ ଲାଇନ ମେମୁ ନଂ ୩୬୭୮/୨୩ ରେ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଚାଇଲଡ ଲାଇନ ଅଭିଯୋଗ ପାଇବା ପରେ ଛେଣ୍ଡିପଦା ଥାନା ଶିକ୍ଷାନୁଷ୍ଠାନର ମାଲିକ ଭାବନୀଙ୍କ ନାମରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Share

Leave a Reply