ସାମାନ୍ୟ ଝଗଡ଼ାକୁ ନେଇ ଘର ପୋଡ଼ି ମାମଲା, ଅଭିଯୁକ୍ତ ପଡ଼ୋଶୀ ଗିରଫ

You are currently viewing ସାମାନ୍ୟ ଝଗଡ଼ାକୁ ନେଇ ଘର ପୋଡ଼ି ମାମଲା, ଅଭିଯୁକ୍ତ ପଡ଼ୋଶୀ ଗିରଫ

ଅନୁଗୁଳ: ଏକ ଘର ପୋଡ଼ି ମାମଲାର ତଦନ୍ତ କରି ଅନୁଗୁଳ ଜିଲ୍ଲା କଣିହାଁ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ କଣିହାଁ ବ୍ଲକ ଡେରଙ୍ଗ ଗ୍ରାମର ଦିଲ୍ଲୀପ ଦେହୁରୀ(୪୪)।

ସୂଚନା ମୁତାବକ, ଗତ ମାସରେ ଡେରଙ୍ଗ ଗ୍ରାମର କବି ସାହୁଙ୍କ ସହିତ ଦିଲ୍ଲୀପ ଦେହୁରୀ ଓ ତାଙ୍କ ପରିବାର ସଦସ୍ୟଙ୍କର ଏକ ଜମିବାଡ଼ି ମାମଲାକୁ ନେଇ ଉଚ୍ଚବାଚ ହୋଇଥିଲା। ପରେ କବି ସାହୁଙ୍କ ଚାଳ ଘରକୁ ଅଭିଯୁକ୍ତ ଓ ତାଙ୍କର ପରିବାର ସଦସ୍ୟ ମିଶି ପୋଡ଼ି ଦେଇଥିଲେ। ଏନେଇ କଣିହାଁ ଥାନା ପୋଲିସ ତଦନ୍ତ କରି ୨୮୯/୨୪ ରେ ଦିଲ୍ଲୀପକୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି।

Share

Leave a Reply