ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳେର ବଳରାମ ଖଣିରେ କାର୍ଯ୍ୟରତ ଏମ୍ସିଏଲ୍ ସୁରକ୍ଷା ଅଧିକାରୀ (ସିକ୍ୟୁରିଟି ଇନ୍ଚାର୍ଜ ) ଜୟନ୍ତ କୁମାର ବାରିକ ଲାଞ୍ଚ ନେଉଥିବା ଅଭିଯୋଗରେ ସିବିଆଇ ହାତରେ ଧରାପଡ଼ିଛନ୍ତି | ସୂଚନା ମୁତାବକ, ବଳରାମ ଖଣିରେ କାର୍ଯ୍ୟରତ ଏମ୍ସିଏଲ୍ ସୁରକ୍ଷା କର୍ମଚାରୀ ମହେଶ ନାଏକଙ୍କ ଠାରୁ ଅଧିକ କାର୍ଯ ସମୟ (ଓଟି) ବଢାଇବା ପାଇଁ ୪ ହଜାର ୫୦୦ ଟଙ୍କା ମାଗୁଥିଲେ ଜୟନ୍ତ କୁମାର ବାରିକ, ମାତ୍ର ମହେଶ ତାଙ୍କୁ ୩ ହଜାର ଟଙ୍କା ଦେବା ବେଳେ ତାଙ୍କୁ ସିବିଆଇ ଟିମ୍ କାବୁ କରି ନେଇଥିଲେ। ଭୁବନେଶ୍ୱର ସିବିଆଇର ୧୦ ଜଣିଆ ଟିମ୍ ଏହି ଚଡାଉରେ ସାମିଲି ଥିଲେ। ଏଥିସହିତ ବଳରାମ କୋଇଲା ଖଣି ପ୍ରୋଜେକ୍ଟ ଓଫିସ୍ ଓ ଜୟନ୍ତଙ୍କ ପୈତୃକ ବାସଗୃହ କଳମଛୁଇଁରେ ମଧ୍ୟ ଚଢ଼ାଉ ଜାରି ରହିଛି ।
ବଳରାମ କୋଇଲା ଖଣିରେ ସିବିଆଇ ଚଢ଼ାଉ, ଜଣେ ଗିରଫ
- Post published:February 28, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
