ସିବିଏସ୍ଇ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ଏଲିଟ୍ ଏକାଡେମୀର ସଫଳତା, ପ୍ରଥମ ଶ୍ରେଣୀରେ ପାସ୍ କଲେ ସବୁ ଛାତ୍ରଛାତ୍ରୀ

You are currently viewing ସିବିଏସ୍ଇ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ଏଲିଟ୍ ଏକାଡେମୀର ସଫଳତା, ପ୍ରଥମ ଶ୍ରେଣୀରେ ପାସ୍ କଲେ ସବୁ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ଭରତପୁର ଅଞ୍ଚଳରେ ଅବସ୍ଥିତ କୋଚିଂ ଇନଷ୍ଟିଚ୍ୟୁଟ୍ ଏଲିଟ୍ ଏକାଡେମୀର ଛାତ୍ରଛାତ୍ରୀ ଚଳିତ ବର୍ଷ ସିବିଏସ୍ଇ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ଉତ୍ତମ ପ୍ରଦର୍ଶନ କରିଛନ୍ତି।
ଚଳିତବର୍ଷ ଦ୍ଵାଦଶ ଶ୍ରେଣୀ ବିଜ୍ଞାନ ବିଭାଗରେ ୧୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଦିଶାକିରନ୍ ସାହୁ ସର୍ବାଧିକ ୯୫.୮% ମାର୍କ ରଖିଛନ୍ତି। ୪ ଜଣ ଛାତ୍ର ଛାତ୍ରୀ ୮୦% ରୁ ଊର୍ଦ୍ଧ୍ୱ ନମ୍ବର ରଖିଛନ୍ତି। ବାକି ସମସ୍ତ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି।

ସେହିପରି ଏ ବର୍ଷ ଦଶମ ଶ୍ରେଣୀରେ ମୋଟ୍ ୨୧ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବୈଭବ ପଣ୍ଡା ସର୍ବାଧିକ ୯୪.୬ % ପ୍ରତିଶତ ମାର୍କ ରଖିଛନ୍ତି। ସେହିଭଳି ୫ ଜଣ ୯୦% ବା ତାଠାରୁ ଅଧିକ ମାର୍କ ରଖିଛନ୍ତି। ଅନ୍ୟାନ୍ୟ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି।

ଅନୁଷ୍ଠାନର ଏହି ସଫଳତା ପାଇଁ ଏଲିଟ୍ ଏଜୁକେସନାଲ୍ ଗ୍ରୁପର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ସୁଶୀଲ୍ ପ୍ରସାଦ୍ ସାହୁ, ନିର୍ଦ୍ଦେଶକ କିଶୋର ଚନ୍ଦ୍ର ବେହେରା, ଉପନିର୍ଦ୍ଦେଶକ ସୁଶାନ୍ତ କୁମାର ଲେଙ୍କା ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Share

Leave a Reply