ଅନୁଗୁଳ: ଜିଲ୍ଲା ପୋଲିସ ପକ୍ଷରୁ ଅନୁଗୋଳ ପୌରପାଳିକାକୁ ଏବେ ବୁଲେଟ୍ ଓ ଏଫ୍ଆରସି କ୍ୟାମେରା ଲିଙ୍କ୍ ଦିଆଯାଇଛି। ପୌରକର୍ମଚାରିଙ୍କୁ ଏଥିନେଇ ପୋଲିସ ପକ୍ଷରୁ ତାଲିମ ଦିଆଯାଇଛି।ବିଶେଷ କରି ପୁରୁଣା ବସ୍ ଷ୍ଟାଣ୍ଡ ବଜାର ଆଦି ଅଞ୍ଚଳରେ କୌଣସି ଦୋକାନୀ ରାସ୍ତା ଅବରୋଧ କଲେ କିମ୍ବା କେହି ବେଆଇନ ଭାବେ ଗାଡ଼ି ପାର୍କିଂ କଲେ ଗାଡ଼ି ମାଲିକକୁ ଫାଇନ କରାଯିବ। ଏଥିନେଇ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ କହିଛନ୍ତି ଅନୁଗୁଳ ପୌରପାଳିକା ଇତିହାସରେ ପ୍ରଥମ ଥର ପାଇଁ ପୋଲିସ ସହାୟତାରେ ଏହି ହାଇ-ଟେକ୍ ବ୍ୟବସ୍ଥା କରାଯାଇଛି।
ଏହାଦ୍ୱାରା ରାସ୍ତା ଜବରଦଖଲ କରି ଯେଉଁ ମାନେ ଟ୍ରାଫିକ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରୁଛନ୍ତି ସେମାନଙ୍କୁ ମୋଟା ଅଙ୍କର ଫାଇନ ପକାଯିବ। ଏହାଛଡା ଯେଉଁ ଦୋକାନୀ ମାନେ ରାତିରେ ଲୁଚେଇ ଅଳିଆ ରାସ୍ତାରେ ପକାଉଛନ୍ତି ସେମାନଙ୍କୁ ମଧ୍ୟ ଏହି କ୍ୟାମେରା ମାଧ୍ୟମରେ ଧରାଯିବ।











