କିନ୍ନରଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ଖୋଲିବାକୁ ଦାବି

You are currently viewing କିନ୍ନରଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ଖୋଲିବାକୁ ଦାବି

ଅନୁଗୁଳ: ଡାକ୍ତରଖାନାରେ ମେଲ ୱାର୍ଡ, ଫିମେଲ ୱାର୍ଡ ଥାଏ। କିନ୍ତୁ କିନ୍ନରଙ୍କ ପାଇଁ କୌଣସି ୱାର୍ଡ ନଥାଏ । ଅନେକ ସମୟରେ କିନ୍ନର ଟିଏ ରୋଗ ଗ୍ରସ୍ତ ହେଲେ ତାକୁ ରଖିବା ନେଇ ଦ୍ୱନ୍ଦ ଉପୁଜେ। କିନ୍ନର ମାନଙ୍କ ଏଭଳି ସମସ୍ୟା ଦୂର ପାଇଁ ସମାଜସେବୀ ଚିନ୍ମୟୀ ଦାସ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ କିମ୍ବା ସ୍ୱତନ୍ତ୍ର ଶଯ୍ୟାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଏନେଇ ମାନବ ସେବା ଚ୍ୟାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗୁରୁବାର ଏକ ସ୍ମାରକ ପତ୍ର ସିଡିଏମଓ ଡ଼ା ତ୍ରିଲୋଚନ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା ।

Share

Leave a Reply