CADLAB

ଅର୍ଥ ହେରଫେର ଅଭିଯୋଗରେ ସିଡିପିଓ କାର୍ଯ୍ୟାଳୟ କିରାଣୀ ଗିରଫ

0

ଅନୁଗୁଳ : ଅନୁଗୁଳ ଜିଲା ବଅଁରପାଳ ବ୍ଲକ୍ର ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ(ସିଡିପିଓ)ଙ୍କ କାର୍ଯ୍ୟାଳୟରେ ଅର୍ଥ ହେରେଫେର ଅଭିଯୋଗରେ ଜଣେ କିରାଣୀଙ୍କୁ ଗୁରୁବାର ଗିରଫ କରିଛି ପୁଲିସ। ପୁଲିସ ସୂତ୍ରରୁ ପ୍ରକାଶ ଯେ, କାର୍ଯ୍ୟାଳୟର କିରାଣୀ ଯୁଗଳ ନାୟକ ୬ ଲକ୍ଷ ୨୪ ହଜାର ଟଙ୍କା ଅର୍ଥ ହେରେଫେର କରିଛନ୍ତି। ଏ ନେଇ ସିଡିପିଓ ଲିଲି ଦାସ ବୁଧବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଥାନା କେସ ନଂ-୨୯୬/୨୧ରେ ଦଫା ୪୦୯, ୪୬୮ ଓ ୪୨୦ରେ ମାମଲା ରୁଜୁକରି ଯୁଗଳଙ୍କୁ ଗିରଫକରି ଗୁରୁବାର କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.