୧୫୬ ଏଫ୍‌ଡିସି ଔଷଧକୁ ନିଷିଦ୍ଧ କଲେ କେନ୍ଦ୍ର ସରକାର

You are currently viewing ୧୫୬ ଏଫ୍‌ଡିସି ଔଷଧକୁ ନିଷିଦ୍ଧ କଲେ କେନ୍ଦ୍ର ସରକାର

ଅନୁଗୁଳ: କେନ୍ଦ୍ର ସରକାର ଗତ ଅଗଷ୍ଟ ୧୨ ତାରିଖରେ ୧୫୬ ଟି ଫିକ୍ସଡ୍‌ ଡ୍ରଗ କମ୍ବିନେସନ ଔଷଧକୁ ନିଷିଦ୍ଧ ଘୋଷଣା କରିଛନ୍ତି।ସରକାରଙ୍କ ଦ୍ଵାରା ସ୍ଥିରୀକୃତ ଏକ ବିଶେଷଜ୍ଞ କମିଟି ଅନୁସନ୍ଧାନ କରି ଏହି ସବୁ ଔଷଧ ରୋଗୀର ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥିବା ହୃଦବୋଧ କରିବା ପରେ ଗେଜେଟ ନୋଟିଫିକେଶନ ମାଧ୍ୟମରେ ଏହି ସବୁ ଔଷଧ ଗୁଡ଼ିକୁ ନିଷିଦ୍ଧ କରିଛନ୍ତି।

ପର୍ଯ୍ୟାୟ କ୍ରମେ ଏହି ଔଷଧ ସବୁକୁ ମାର୍କେଟରୁ ହଟାଇ ନିଆଯିବ। ‌ବିଭିନ୍ନ ଡ୍ରଗସ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ମିଶିଥିଲେ ଏହାକୁ ଏଫ୍‌ଡିସି ଔଷଧ କୁହାଯାଏ। ନିଷିଦ୍ଧ ଡ୍ରଗସ୍‌ ମଧ୍ୟରେ ରହିଛି ଆସିଲୋଫେନାକ ୫୦ ଓ ପାରସିଟାମଲ୍‌ ୧୨୫ ଏମଜି ଟାବ୍ଲେଟ, ମେଫେନାମିକ ଏସିଡ ଓ ପାରାସିଟାମଲ୍‌ ଇଞ୍ଜେକସନ,ସେଟ୍ରିଜୀନ+ପାରାଶୀଟାମଲ୍+ଫେନିଲାଫ୍ରିନ ଟାବଲେଟ ଇତ୍ୟାଦି।‌ ଏହି ସବୁ ଔଷଧ ବିଶେଷ କରି ଥଣ୍ଡା ଜ୍ଵର ଏବଂ ଯନ୍ତ୍ରଣା ପାଇଁ ଦିଆଯାଇଥାଏ।

Share

Leave a Reply