ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ, ଟ୍ରାଫିକ ସମସ୍ୟା ଉପରେ ଅଧିକ ଗୁରୁତ୍ୱ

0

ଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ଠାରେ ହେବାକୁ ଥିବା ବଇଣ୍ଡା ଚନ୍ଦନ ଯାତ୍ରା ପାଇଁ ସୋମବାର ଦିନ ବଇଣ୍ଡା ଫାଣ୍ଡି ପରିସରରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ହଣ୍ଡପା ଆଇଆଇସି ନମିତା ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଆଠମଲ୍ଲିକ ଏସଡିପିଓ ବାଳକୃଷ୍ଣ କଅଁର, ଯାତ୍ରା କମିଟି ସଭାପତି ଜିତେନ୍ଦ୍ର ବେହେରା,ବଇଣ୍ଡା ଗ୍ରାମ ଉପସଭାପତି ଅରବିନ୍ଦ ସାହୁ, ସମ୍ପାଦକ ଲଷ୍ମୀଧର ବେହେରା, ସହ ସମ୍ପାଦକ ପରୀକ୍ଷିତ ସାହୁ, କୋଷାଧକ୍ଷ ବିନୀତ ସାହା, ରମେଶ କୁମାର ତିବ୍ରୁୱାଲା, ପୂର୍ବତନ ସରପଞ୍ଚ ଜଳଧର ସାହୁ, ଜମ୍ବେଶ୍ୱର ସାହୁ, ଗିରିଶ ବେହେରା, ଉଗ୍ରେସନ ସେଠି, ମାନସ ସାହୁ, ସୁବାସ ଶତପଥି, ବିକ୍ରମ ସାହୁଙ୍କ ସମେତ ବହୁ ଗ୍ରାମବାସୀ ଯୋଗ ଦେଇଥିଲେ। ବୁଧବାର ଦିନ ଯାତ୍ରା ହେବାକୁ ଥିବା ବେଳେ କିଭଳି ଧୁମଧାମରେ ଯାତ୍ରା ଅନୁଷ୍ଠିତ ହେବ ସେ ନେଇ ଆଲୋଚନା କରାଯାଇଥିଲା।

ଏଥିସହ ୪ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ କିଭଳି ଶାନ୍ତିଶୃଙ୍ଖଳାର ସହ ହେବ ସେ ନେଇ ଆଲୋଚନା କରାଯାଇଥିଲା। ଏଥିସହ ଟ୍ରାଫିକ ସମସ୍ୟା ଉପରେ ଅଧିକ ଗୁରୁତ୍ୱ ଦେବା ସହ ବାଇପାସ ଜରିଆରେ ରାତି ୧୦ଟା ପରେ ଗାଡି ଛାଡିବା ପାଇଁ ନିଷ୍ପତି ନିଆଯାଇଛି। ଏଥିରେ ସମସ୍ତ ସଦସ୍ୟ ମାନେ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.

error: Content is protected !!