ଅନୁଗୁଳ: ନବମ ମର୍ଣ୍ଣିଂ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଲିଗ୍ ମ୍ୟାଚ ଅନୁଗୁଳ କଦମ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ ଟି ଚଣ୍ଡିଖୋଲ ଓ ଢେଙ୍କାନାଳ ମଧ୍ୟରେ ହୋଇଥିଲା। ପ୍ରଥମେ ଢେଙ୍କାନାଳ ଟଚ୍ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ରେ ୧୨୪ ରନ୍ କରିପାରିନଥିଲା। ଏହାର ଜବାବରେ ଚଣ୍ଡିଖୋଲ ୧୪ ଓଭର ୬ ଓ୍ବିକେଟ ହରାଇ ମ୍ୟାଚଟି ଜିତି ଯାଇଥିଲା।
ଏହି ମ୍ୟାଚରେ ମୁଖ୍ୟ ଅତିଥି ବିଶିଷ୍ଟ ଶିଳ୍ପ ପତି ସୁଦର୍ଶନ ଅଗ୍ରୱାଲ ଓ ସମରେନ୍ଦ୍ର ମିଶ୍ର ଯୋଗ ଦେଇଥିଲେ। ଅଞ୍ଜନ ୨୧ଟି ବଲ୍ ଖେଳି ୬ଟି ଛକା ମାରି ୪୭ ରନ୍ କରି ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ। ଅନିଲ ଗଡ଼ନାୟକ ଓ ଲିଣ୍ଟୁ ସିଂହ ଖେଳ ପରିଚାଳନା କରିଥିଲେ। ଅଭୟ ପାଢ଼ୀ ସ୍କୋର ଦାୟିତ୍ଵ ତୁଲାଇଥିଲେ ଓ ଲିଟନ ସାମଲ ମଞ୍ଚ ପରିଚାଳନା କରିଥିଲେ। ଆସନ୍ତାକାଲି ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଗୁଳ ଓ ଚଣ୍ଡିଖୋଲ ମଧ୍ୟରେ ଅନୁଷ୍ଠିତ ହେବ।

