ଶିଶୁ ସାହିତ୍ୟିକ ବିଭୂତି ସ୍ବାଇଁଙ୍କୁ ‘ଚନ୍ଦ୍ରମା ଶିଶୁ ପତ୍ରିକା ସମ୍ପାଦନା ସମ୍ମାନ- ୨୦୨୪’

You are currently viewing ଶିଶୁ ସାହିତ୍ୟିକ ବିଭୂତି ସ୍ବାଇଁଙ୍କୁ ‘ଚନ୍ଦ୍ରମା ଶିଶୁ ପତ୍ରିକା ସମ୍ପାଦନା ସମ୍ମାନ- ୨୦୨୪’
oppo_2

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ କଳମଛୁଇଁ ଗ୍ରାମର ଶିଶୁ ସାହିତ୍ୟିକ ବିଭୂତି ଭୂଷଣ ସ୍ଵାଇଁଙ୍କୁ ‘ଚନ୍ଦ୍ରମା ଶିଶୁ ପତ୍ରିକା ସମ୍ପାଦନା ସମ୍ମାନ- ୨୦୨୪’ରେ ସମ୍ମାନିତ କରାଯାଇଛି।

ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ତ୍ରୈମାସିକ ଶିଶୁ କିଶୋର ପତ୍ରିକା “ନବ ଆକାଶର ଚନ୍ଦ୍ରମା”ର ବିଂଶତମ ସ୍ୱନକ୍ଷତ୍ର ଜୟନ୍ତୀରେ ସେ ସମ୍ମାନିତ ହୋଇଛନ୍ତି। ବରିଷ୍ଠ ଶିଶୁ ସାହିତ୍ୟିକ ନିର୍ଭୟ କୁମାର ପାଣିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଗାଳ୍ପିକ ସିଦ୍ଧିପ୍ରସାଦ ସାହୁ, ଶିକ୍ଷାବିତ୍ ଧନେଶ୍ଵର ସାହୁ, ସମାଜସେବୀ ହାଡିବନ୍ଧୁ ପ୍ରଧାନ ଓ ଚନ୍ଦ୍ରମା ପତ୍ରିକାର ସଂପାଦକ ବୁଦ୍ଧଦେବ ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ।

ଶିକ୍ଷା, ସାହିତ୍ୟ, ସମାଜସେବା, ସାଂଗଠନିକ ଦକ୍ଷତା ତଥା ତ୍ରୈମାସିକ ଶିଶୁ କିଶୋର ପତ୍ରିକା “ଆମ କୁନାକୁନି”ର ସଂପାଦନା ଯୋଗୁଁ ଶିଶୁ ସାହିତ୍ୟିକ ବିଭୂତି ସ୍ଵାଇଁଙ୍କୁ ମୁଖ୍ୟ ଅତିଥି ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ସ୍ଵାଇଁଙ୍କର ଏଭଳି ସଫଳତା ଯୋଗୁଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Share

Leave a Reply