ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୁରୁବାର କଣିହାଁ ମଣ୍ଡଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ବାଗତ, ଶୁଭେଛା ସହ ଅଭିନନ୍ଦନ ଜଣାଇଛନ୍ତି। ଏଥି ସହିତ ଏକ ୪ଦଫା ସମ୍ବଳିତ ସ୍ମାରକ ପତ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ମଣ୍ଡଳ ବିଜେପ ପକ୍ଷରୁ ପ୍ରଦାନ କରାଯାଇଛି । ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନବକଳେବର ମନ୍ତ୍ରୀମଣ୍ଡଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଗୁରୁଦାୟିତ୍ବ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କଣିହାଁ ସଂଗ୍ରାମୀ ମାଟି ଓ ଦଳ ପକ୍ଷରୁ ସାଧୁବାଦ ଜଣାଇଛନ୍ତି। କଣିହାଁ ମଣ୍ଡଳ ସଭାପତି ଦେବେନ୍ଦ୍ର ବାରିକଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଗୁରୁବାର ଭୁବନେଶ୍ବରସ୍ଥିତ ଆଓସିଏଲ ଗେଷ୍ଟ ହାଉସ୍ରେ ପହଁଚି କେନ୍ଦ୍ରଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । କଣିହାଁରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା, କଣିହାଁ ଭଳି ଶିଳ୍ପ ସମୃଦ୍ଧି ଅଂଚଳରେ ଏକ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା, ଗୋଡିବନ୍ଧ ଠାରୁ କଣିହାଁ ପର୍ଯ୍ୟନ୍ତ ଚାରି ଲାଇନ୍ ରାସ୍ତା ନିର୍ମାଣ ଏବଂ ଅଂଚଳବାସୀଙ୍କ ଯାତାୟତ ସୁବିଧା ପାଇଁ କଣିହାକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବା ନେଇ ୪ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଦାବୀ ପୂରଣ ନିମନ୍ତେ ପ୍ରତିଶ୍ରୁତି ଦେଇଥିବା ପ୍ରକାଶ । କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ, ବଡ଼ଗୁଣ୍ଡରୀ ସରଫଟ ଲୋକନାଥ ସାହୁ, ମିଡିଆସେଲ୍ ର ସୁଶାନ୍ତ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।
କେନ୍ଦ୍ରଶିକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୪ଦଫା ସ୍ମାରକପତ୍ର ପ୍ରଦାନକଲା ମଣ୍ଡଳ ବିଜେପି
- Post published:August 21, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
