ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ଯୁବତୀ ୩ ମାସର ଅନ୍ତଃସତ୍ତ୍ଵା, ବାହାଘର ପାଇଁ ରାଜି ନ ହେବାରୁ ବାନ୍ଧିଲା ପୋଲିସ

You are currently viewing ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ଯୁବତୀ ୩ ମାସର ଅନ୍ତଃସତ୍ତ୍ଵା, ବାହାଘର ପାଇଁ ରାଜି ନ ହେବାରୁ ବାନ୍ଧିଲା ପୋଲିସ

ରେଙ୍ଗାଳି: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଅନ୍ତଃସତ୍ତ୍ଵା କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ ଗଣ୍ଡମଳା ଗ୍ରାମର ଜୟ ସାହୁଙ୍କ ପୁଅ ଅବନି ସାହୁ (୨୦)।
ପୋଲିସ ସୂଚନା ମୁତାବକ, ରେଙ୍ଗାଳି ଥାନା ଅଞ୍ଚଳର ଜଣେ ୨୦ ବର୍ଷୀୟା ଯୁବତୀଙ୍କ ସହ ଗଣ୍ଡମଳା ଗ୍ରାମର ଅବନୀ ସାହୁଙ୍କର ଦୀର୍ଘଦିନ ହେଲା ପ୍ରେମ ସଂପର୍କ ଥିଲା। ଅବନୀ ସଂପୃକ୍ତ ଯୁବତୀଙ୍କୁ ବିବାହ କରିବାର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ଫଳରେ ଯୁବତୀ ଜଣକ ୩ ମାସର ଅନ୍ତସତ୍ଵା ଅଛନ୍ତି। ଏ ନେଇ ଯୁବତୀଙ୍କ ପରିବାର ଲୋକେ ଜାଣିବା ପରେ ଯୁବକଙ୍କୁ ବିବାହ ପାଇଁ କହିଥିଲେ। କିନ୍ତୁ ଅବନୀ ଆଉ ଧରାଛୁଆଁ ଦେଇ ନ ଥିଲେ। ପ୍ରତାରିତ ହେବାପରେ ଯୁବତୀ ଜଣକ ଶେଷରେ ରେଙ୍ଗାଳି ଥାନାରେ ଅଭିଯୋଗ କରିଛନ୍ତି। ରେଙ୍ଗାଳି ପୋଲିସ ଏକ ପ୍ରେମ ପ୍ରତାରଣା ମାମଲା ରୁଜୁ କରି ଅଭିଯୁକ୍ତ ଅବନୀ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ନରେଶ କୁମାର ସାହୁ ସୂଚନା ଦେଇଛନ୍ତି।

Share

Leave a Reply