୨୦୨୨ ମସିହାର ଚେକ୍ ବାଉନସ୍ ମାମଲା: ଅଭିଯୁକ୍ତକୁ ୪୦ ଲକ୍ଷ ଟଙ୍କା ଜରିମାନା ସହ ବର୍ଷେ ଜେଲ୍

You are currently viewing ୨୦୨୨ ମସିହାର ଚେକ୍ ବାଉନସ୍ ମାମଲା: ଅଭିଯୁକ୍ତକୁ ୪୦ ଲକ୍ଷ ଟଙ୍କା ଜରିମାନା ସହ ବର୍ଷେ ଜେଲ୍
Law Judge Gavel And Legality Symbol

ତାଳଚେର: ଏକ ଚେକ୍ ବାଉନସ୍ ମାମଲାର ବିଚାର କରି ତାଳଚେର ଜେଏମ୍‌ଏଫ୍‌ସି (ସି.ଟି) ଅସିତ୍ କୁମାର ସାହୁ ରାୟ ପ୍ରକାଶ କରି ଅଭିଯୁକ୍ତକୁ ଜରିମାନା ସହ ବର୍ଷେ ଜେଲ ଦଣ୍ଡାଦେଶ ଦେଇଛନ୍ତି।

ସୂଚନା ମୁତାବକ, ୱାନ୍‌.ସି.ସି. ୦୧/୨୨ କେସ୍ ର ଆବେଦନକାରୀ ସୁଦାମ ପଲେଇଙ୍କୁ ସିଦ୍ଧନଈ ପଞ୍ଚାୟତ ସରକାରୀ ହାଇସ୍କୁଲ୍ ଗଞ୍ଜାମର ଖେଳ ଶିକ୍ଷକ ଅଭିଯୁକ୍ତ ଶିବରାମ ପଲେଇ ସରକାରୀ ଚାକିରି ସହ କୋଇଲା ବ୍ୟବସାୟ କରୁଥିବାରୁ ଗତ ୨୦୨୨ ମସିହାରେ କୋଇଲା କ୍ରୟ ବାବଦକୁ ୩ଟି ଚେକ୍ ମାଧ୍ୟମରେ ୩୧ ଲକ୍ଷ ଟଙ୍କା ଦେଇଥିଲେ। ଉକ୍ତ ଚେକ୍ ଗୁଡିକ ବାଉନ୍‌ସ ହେବାରୁ ଆବେଦନକାରୀ ସୁଦାମ ପଲେଇ ଅଭିଯୁକ୍ତ ଶିବରାମଙ୍କ ବିରୁଦ୍ଧରେ ଏକ ଚେକ୍ ବାଉନ୍‌ସ କେସ୍ କରିଥିଲେ। ଜେଏମ୍‌ଏଫ୍‌ସି (ସି.ଟି) ଉକ୍ତ ମକଦ୍ଦମାରେ ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଶିବରାମଙ୍କୁ ମୂଳ ପଇସା ୩୧ ଲକ୍ଷ ଟଙ୍କା ସହିତ ୯ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ସହ ସମୁଦାୟ ୪୦ ଲକ୍ଷ ଟଙ୍କା ଏବଂ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଆଉ ୩ ମାସ କାରାଦଣ୍ଡ ପାଇଁ ରାୟ ପ୍ରକାଶ ହୋଇଛି। ଏହି ମାମଲାକୁ ଆବେଦନକାରୀଙ୍କ ପକ୍ଷରୁ ଓକିଲ ସୁଧୀର ରଞ୍ଜନ ସ୍ୱାଇଁ ଏବଂ ଦୀନବନ୍ଧୁ ସାହୁ ପରିଚାଳନା କରୁଥିଲେ।

Share

Leave a Reply