ଛେଣ୍ଡିପଦା: ଛେଣ୍ଡିପଦା ଓକିଲ ସଂଘ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଆଜି ସଂଘର ୪୬ ଜଣ ସଦସ୍ୟ ମତ ସାବ୍ୟସ୍ତ କରିଥିଲେ। ସଭାପତି ପଦ ନିମନ୍ତେ ନଗେନ ନନ୍ଦ ଓ ପ୍ରଭାତ କୁମାର ବେହେରା ପ୍ରାର୍ଥୀ ହୋଇଥିଲେ। ଦୁଇ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରଭାତ ୧୪ ଖଣ୍ଡ ଭୋଟ ପାଇଥିବାବେଳେ ନଗେନ ୩୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି
ସମ୍ପାଦକ ଭାବେ ଶରତ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଭାବେ ଅଶୋକ କୁମାର ଦିବେଦି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସେହିଭଳି ଉପସଭାପତି ନକୁଳ ମାଝୀ ଓ ସହ ସମ୍ପାଦକ ନିକୁଞ୍ଜ ପ୍ରଧାନ ନିର୍ବାଚିତ ହୋଇଛନ୍ତି।
ଶନିବାର ସକାଳ ୮ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା। ଅପରାହ୍ନ ୫ ଟାରେ ନିର୍ବାଚନ ଫଳାଫଳ ଘୋଷଣା କରିଯାଇଥିଲା। ବରିଷ୍ଠ ଆଇନଜୀବୀ ଭୀମାକାନ୍ତ ଗଡ଼ନାୟକ, ଅଜୟ କୁମାର ବେହେରା ଓ ବିଜୟ କୁମାର ବେହେରା ନିର୍ବାଚନ ପରିଚାଳନା କରିଥିଲେ।
ଛେଣ୍ଡିପଦା ଓକିଲ ସଂଘ ନିର୍ବାଚନ: ନଗେନ ହେଲେ ସଭାପତି, ଶରତଙ୍କୁ ସମ୍ପାଦକ ପଦ
