ଛେଣ୍ଡିପଦା: ଆଜି ଛେଣ୍ଡିପଦା ଭାରତୀୟ ଜନତା ପାର୍ଟି ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଓ ଯୋଗ୍ୟ ହିତାଧିକାରୀଙ୍କୁ ଉପେକ୍ଷିତ କରାଯାଇଥିବା ଅଭିଯୋଗ କରି ଛେଣ୍ଡିପଦା ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରାଯାଇଛି।
ଓଡ଼ିଶା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଗସ୍ତି ବେହେରାଙ୍କ ନେତୃତ୍ବରେ ହୋଇଥିବା ଏହି ଘେରାଉରେ ଛେଣ୍ଡିପଦା ବ୍ଲକର ଉନ୍ନୟନ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନା ବଣ୍ଟନ କରିବା ନେଇ ଦାବି କରାଯାଇଥିଲା।
ଏହି ବ୍ଲକ୍ ଘେରାଉରେ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର୍ ପ୍ରଧାନ, ଜିଲ୍ଲା ଉପସଭାପତି ଚୌଧୁରୀ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ସୁଦୀପ୍ ଗଡନାଏକ, ଆଇ ଟି ସେଲ କୋ/ଅର୍ଡିନେଟର ଅକ୍ଷୟପାଦ ବେହେରା, ଛେଣ୍ଡିପଦା ମଣ୍ଡଳ ପ୍ରଭାରୀ ଉମେଶ ଚନ୍ଦ୍ର ପ୍ରଧାନ, ଜରପଡା ମଣ୍ଡଳ ସଭାପତି ଚିତ୍ରସେନ ସାହୁ, କୋଶଳା ମଣ୍ଡଳ ସଭାପତି ଧୋବେଇ ସାହୁ, ଛେଣ୍ଡିପଦା ମଣ୍ଡଳ ଉପ ସଭାପତି କରୁଣାକର ବିଶ୍ୱାଳ, ବରିଷ୍ଠ ନେତା ଗୋବିନ୍ଦ ସାହୁ, କହ୍ନେଇ ସାହୁ, ଜୀବନ ସାହୁ, ପାତ୍ରପଡ଼ା ସମିତିସଭ୍ୟ ଦୀପକ ସାହୁ, ଯୁଗଳ ସାହୁ, ପ୍ରତାପ ସାହୁ, ସନ୍ତୋଷ ନାୟକ, ବୁଲି ନାଥ, ବସନ୍ତ ନାୟକ, ପ୍ରମୋଦ ବେହେରା, ଅନୀଲ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।
1
f600b249-5c54-442c-a949-d6bc81000fab