ଅନୁଗୁଳ: ଓଡ଼ିଶାରେ ବାର୍ଡ ଫ୍ଲୁର ସ˚କ୍ରମଣ ହୋଇନଥିଲେ ବି ଏକ ଅଜଣା ଆଶଙ୍କାରେ ଗ୍ରାହକମାନେ ଥିବାରୁ ଏହାର ପ୍ରଭାବ ଚିକେନ୍ ବଜାର ଉପରେ ପଡ଼ିଛି। ବର୍ତ୍ତମାନ ଅନୁଗୁଳ ଜିଲ୍ଲାରେ ବାହାଘର ବଜାରକୁ ଦେଖି ମେନୁ କଲାବେଳେ ଲୋକେ ଚିକେନ୍ ପ୍ରତି ଅନାଗ୍ରହି ଥିବା ଦେଖିବାକୁ ମିଳିଛି। ଜାନୁଆରୀ ମାସରେ ଯେତିକି ଚାହିଦା ରହିବା କଥା ତାର ୩୦ ପ୍ରତିଶତ ଚିକେନ୍ କମ୍ ବିକ୍ରି ହେଉଛି। ଏହି କାରଣରୁ ଚିକେନ୍ ଦର ମଧ୍ୟ ଧୀରେ ଧୀରେ କମିବାକୁ ଆରମ୍ଭ କରିଛି। କରୋନା ସମୟ ଲୋକଙ୍କୁ ଅଧିକ ସ୍ବାସ୍ଥ୍ୟ ସଚେତନ କରିଥିବା ବେଳେ ଚିକେନ୍ର ବିକଳ୍ପ ରୂପେ ଲୋକେ ମାଛ, ଛେଳି ମା˚ସ, ଅଣ୍ତାକୁ ଅଧିକ ପସନ୍ଦ କରୁଛନ୍ତି। ତେବେ ପ୍ରାଣୀଧନ ବିଭାଗ ପକ୍ଷରୁ ବାର୍ଡ ଫ୍ଲୁ ନେଇ ଲୋକେ ଅଯଥା ଆତଙ୍କିତ ହେବା କଥା ନୁହେଁ ବୋଲି କୁହାଯାଇଛି।
ବାର୍ଡ ଫ୍ଲୁ ଆଶଙ୍କାରେ ଚିକେନ୍ ଚାହିଦା କମୁଛି
- Post published:January 21, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul