ଟ୍ରକକୁ ପଛରୁ ପିଟିଲା ବସ୍: ୧୧ ଯାତ୍ରୀ ଆହତ, ୨ ଗୁରୁତର

You are currently viewing ଟ୍ରକକୁ ପଛରୁ ପିଟିଲା ବସ୍: ୧୧ ଯାତ୍ରୀ ଆହତ, ୨ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ୬୩ନଂ ରାଜ୍ୟ ରାଜପଥର କୋଶଳା ଗ୍ରାମର ଶିମିଳିସାହି ଠାରେ ମଙ୍ଗଳବାର ଏକ ଆଇଚର ଟ୍ରକ ରାସ୍ତା ଉପରେ ଛିଡା ହୋଇ ଧାନ ବୋଝେଇ କରୁଥିବା ବେଳେ ଏକ ବସ୍ ପିଟି ଦେବାରୁ ୧୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ, ଠିଆ ହୋଇଥିବା ଟ୍ରକକୁ ଅନୁଗୁଳ ଯାଉଥିବା ସାହୁ ଏଣ୍ଡ ସାହୁ ଘରୋଇ ବସ୍ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଭାଗ ଭାଙ୍ଗି ଯାଇଥିବା ବେଳେ ପ୍ରାୟ ୧୩ ଯାତ୍ରୀ ଆହତ ହୋଇଥିଲେ। ଆହତଙ୍କୁ କୋଶଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବସ୍‌ରେ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିବା ବେଳେ ଆହତଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ଥିବାରୁ ସେମାନଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ପଠାଯାଇଥିଲା।

ଆହତମାନେ ହେଲେ ଚାଣ୍ଡାଳ ସାହୁ, ଝୁନାରାଣୀ ନାୟକ, ହୃଦା ଗୋଛାୟତ, ବାଦଲ ମାହାର, ପଲ୍ଲବୀ ନାଏକ, ଝରଣା ସାହୁ। ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଦୁଇ ଗାଡ଼ିକୁ ଜବତ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି।

Share

Leave a Reply