ଭଉଣୀ ମଥାରୁ ସିନ୍ଦୂର ପୋଛିଲା ଭାଇ: ଯାତ୍ରା ଦେଖିବାକୁ ଡାକି ନେଇ ଭିଣୋଇକୁ ହତ୍ୟା, ୨ ଗିରଫ

You are currently viewing ଭଉଣୀ ମଥାରୁ ସିନ୍ଦୂର ପୋଛିଲା ଭାଇ: ଯାତ୍ରା ଦେଖିବାକୁ ଡାକି ନେଇ ଭିଣୋଇକୁ ହତ୍ୟା, ୨ ଗିରଫ

ଅନୁଗୁଳ: ଶଳା ମାଡ଼ରେ ଭିଣୋଇର ମୃତ୍ୟୁ ଘଟଣାରେ ଛେଣ୍ଡିପଦା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟା ଗାଁର ବନି ନାଏକ ଓ ଦାଶରଥୀ ନାଏକ।

ସୂଚନା ମୁତାବକ, ବାଲିପଟା ଗାଁ ଶିବ ମନ୍ଦିର ନିକଟରେ ଶଳାର ମାଡ଼ରେ ଜରପଡା ଥାନା ନାଉପଦା ଗାଁର ଅଜୟ ନାଏକଙ୍କ ମୃତ୍ୟୁ ଘଟିଥିଲା। ଗତ ସୋମବାର ଦିନ ସମ୍ପର୍କୀୟ ଶଳା ବନି ନାଏକ ଓ ଦାଶରଥୀ ନାଏକ ଭିଣୋଇ ଅଜୟଙ୍କୁ ଯାତ୍ରା ଦେଖିଯିବା କହି ଘରୁ ମୋଟରସାଇକେଲ ଯୋଗେ ଡାକିଆଣିଥିଲେ। ଅଜୟ ମଙ୍ଗଳବାର ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଘର ଠାରୁ ଦୁଇ କିଲୋମିଟର ଦୂରରେ ଥ‌ିବା ଶିବ ମନ୍ଦିରକୁ ଲାଗିଥିବା ଏକ କେନାଲରେ ଅଜୟଙ୍କୁ କ୍ଷତବିକ୍ଷତ ଅବସ୍ଥାରେ ପଡିଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଛେଣ୍ଡିପଦା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ଅଜୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ହେଲେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ବନି ନାଏକ ଓ ତାର ସହଯୋଗୀ ଦଶରଥୀ ନାଏକଙ୍କୁ ଗିରଫ କରିଛି।

Share

Leave a Reply