ଜାତୀୟସ୍ତର ସେମିନାର୍ ଉଦଯାପିତ, ଯୋଗ ଦେଲେ ୧୦୦ ଶିକ୍ଷକ

You are currently viewing ଜାତୀୟସ୍ତର ସେମିନାର୍ ଉଦଯାପିତ, ଯୋଗ ଦେଲେ ୧୦୦ ଶିକ୍ଷକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ଚାଲିଥିବା ଜାତୀୟ ସ୍ତରର ଦୁଇଦିନିଆ ସେମିନାର ମଙ୍ଗଳବାର ଉଦଯାପିତ ହୋଇଯାଇଛି। “ଏଫ୍.ଏଲ୍.ଏନ୍ ଲକ୍ଷ୍ୟ ହାସଲ ପାଇଁ ଅଭିନବ ଶ୍ରେଣୀଗୃହ ଅଭ୍ୟାସ” ଶୀର୍ଷକକୁ ନେଇ ଆୟୋଜିତ ଏହି ସେମିନାରରେ ୧୦୦ ଜଣ ଶିକ୍ଷକ, ସି.ଆର.ସି.ସି, ପ୍ରଧାନ ଶିକ୍ଷକ, ଶିକ୍ଷକ ପ୍ରଶିକ୍ଷକ, ପ୍ରାଧ୍ୟାପକ ଏବଂ ୧୮୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ୨୦ ଟି ସେମିନାର ପେପର ଶିକ୍ଷକ, ପ୍ରଧାନ ଶିକ୍ଷକ ଓ ଶିକ୍ଷକ ପ୍ରଶିକ୍ଷକଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିଲା।

ଉଦଯାପନୀ ସମାରୋହରେ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଦ୍ରୌପଦୀ ପଟେଲ୍ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷାର୍ଥୀଙ୍କ ସାମଗ୍ରିକ ବିକାଶ ପାଇଁ କଲା ସମନ୍ଵିତ ଶିକ୍ଷଣ ଓ ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ହାସଲ ନିମନ୍ତେ ଖେଳ ଭିତ୍ତିକ ଶିକ୍ଷଣ ଉପରେ ଗୁରୁତ୍ୱାରୋପ କରିଥଲେ। ଅଧ୍ୟକ୍ଷ ବିକ୍ରମ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ. ଅଜୟ କୁମାର ସ୍ୱାଇଁ ଓ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହିମାଂଶୁ ଶେଖର ନାୟକ, ଛେଣ୍ଡିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନନ୍ଦ, ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରିୟରଞ୍ଜନ ପ୍ରଧାନ, ମଦନ ସୁନ୍ଦର ପ୍ରଧାନ, ସେମିନାର ସଂଗଠନ କମିଟି ସଦସ୍ୟ ଅଧ୍ୟାପକ ଡକ୍ଟର ଗଣେଶ୍ୱର ସାହୁ, ରାମକୃଷ୍ଣ ପରିଛା, ମମିତା ସାହୁ, ଛୋଟରାୟ ଟୁଡୁଙ୍କ ସମେତ ପ୍ରତିଷ୍ଠାନର କର୍ମଚାରୀ ଉପସ୍ଥିତ ଥିଲେ। ଶେଷରେ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

Share

Leave a Reply