କମ୍ପସଲା ଡକାୟତ ଘଟଣା: ୩ ଅଭିଯୁକ୍ତଙ୍କୁ ନେଇ ସିନରିକ୍ରିଏସନ କଲା ପୋଲିସ, ୧୯ ଲକ୍ଷରୁ ଅଧିକ ଟଙ୍କାର ଡକାୟତି କରିଥିବା ସୂଚନା

You are currently viewing କମ୍ପସଲା ଡକାୟତ ଘଟଣା: ୩ ଅଭିଯୁକ୍ତଙ୍କୁ ନେଇ ସିନରିକ୍ରିଏସନ କଲା ପୋଲିସ, ୧୯ ଲକ୍ଷରୁ ଅଧିକ ଟଙ୍କାର ଡକାୟତି କରିଥିବା ସୂଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଲିସକୁ ବଡ଼ ସଫଳତା। ୭ ଆନ୍ତଜିଲ୍ଲା ଡକାୟତ ଗାଙ୍ଗକୁ ଠାବ କରିବା ସହିତ ୩ଜଣଙ୍କୁ ଗିରଫ କରିବାରେ ଛେଣ୍ଡିପଦା ପୋଲିସ ସଫଳ ହୋଇଛି। ଏହି ଗାଙ୍ଗ ଅନୁଗୁଳ ଜିଲ୍ଲାର ୧୧ଟି ଥାନା ସମେତ ଦେବଗଡ଼, କେନ୍ଦୁଝର, ଢେଙ୍କାନାଳ, ପାଣିକୋଇଲି ଅଞ୍ଚଳରେ ଡକାୟତ କରିଥିବା ବେଳେ ଛେଣ୍ଡିପଦା ପୋଲିସ ହାବୁଡ଼ରେ ପଡ଼ିଥିବା ଡକାୟତ ମାନେ ଅନୁଗୁଳ ଜିଲ୍ଲାର ୧୪ଟି ସ୍ଥାନରେ ଡକାୟତ କରିବା ସହିତ ୧୯ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟ କରିଥିବା ପୋଲିସ ଜାଣିବାକୁ ପାଇଛି। ଗ୍ୟାଙ୍ଗର ୩ ଜଣ ଡକାୟତଙ୍କୁ ନେଇ ପୋଲିସ ସିନରିକ୍ରିଏସନ ପରେ ସେମାନଙ୍କୁ କୋର୍ଟ ଚାଲାଣ କରିଛି।

ସୂଚନା ମୁତାବକ, ଜାନୁୟାରୀ ୯ ତାରିଖ ସନ୍ଧ୍ୟାରେ ଛେଣ୍ଡିପଦା ଥାନା କମ୍ପସଲା ଗାଁରେ ଥିବା ଜନ ସେବାକେନ୍ଦ୍ର ପରିଚାଳକ ଜିତେନ୍ଦ୍ର ସାହୁଙ୍କ ଠାରୁ ଭୁଜାଲିରେ ହାଣି ବନ୍ଧୁକ ଦେଖାଇ ୪୯ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପାତ୍ର ଲୁଟ କରି ଫେରାର ହୋଇଯାଇଥିଲେ। ଏନେଇ ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ପ୍ରଥମେ ୨ଟି ପରେ ୩ଟି ଡକାୟତଙ୍କୁ ଠାବ କରିଥିଲା। ପୋଲିସ ଆଗରେ କ୍ଷୀରୋଦ ନାଏକ ଗ୍ୟାଙ୍ଗ ଓ ସୁଶାନ୍ତ ନାଏକ ଗ୍ୟାଙ୍ଗ ଥିବା ଜାଣିବାକୁ ପାଇଥିଲେ। କ୍ଷୀରୋଦ ଗ୍ୟାଙ୍ଗରେ ୫ଜଣ ସଦସ୍ୟ ଥିବା ବେଳେ ସୁଶାନ୍ତ ନାଏକ ଗ୍ୟାଙ୍ଗରେ ଅଛନ୍ତି ୨ଜଣ ସଦସ୍ୟ। ଛେଣ୍ଡିପଦା ପୋଲିସ କାବୁ କରିଥିବା ଡକାୟତ ମାନେ ହେଲେ ଛେଣ୍ଡିପଦା ଥାନା ଗୋଲାଗାଡ଼ିଆ ଗାଁର ପରମାନନ୍ଦ ନାଏକ, କଣିହାଁ ଥାନା ଡେରେଙ୍ଗ ଗାଁର ପୁରୁଷୋତ୍ତମ ନାଏକ ଓ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଭୀମକାଣ୍ଡ ଗାଁର ରାଜେଶ କୁମାର ପାତ୍ର। ଏ ନେଇ ଛେଣ୍ଡିପଦା ଥାନା ଅଧିକାରୀ ବିଭୁଦତ୍ତ ରାଉତରାୟ ସୂଚନା ଦେଇଛନ୍ତି।

Share

Leave a Reply