ଅନୁଗୁଳ: ୨ ଆଦିବାସୀ ଯୁବତୀଙ୍କୁ ଅସଦାଚରଣ ନେଇ ଥାନାରେ ମାମଲା ରୁଜୁ ପରେ ବି କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ। ଇତି ମଧ୍ୟରେ ଏହି ଘଟଣାକୁ ୬ ଦିନ ବିତିଥିଲେ ମଧ୍ୟ ପୋଲିସ ନିରବଦ୍ରଷ୍ଟା ସାଜିଛି। ଏହି ଘଟଣାକୁ ବିରୋଧ କରି ଆଜି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଘେରାଉ କରିଛନ୍ତି ବସନ୍ତପୁର ଗାଁର ମହିଳା।
ଅଭିଯୋଗ ମୁତାବକ, ବସନ୍ତପର ଗାଁର ୨ ଜଣ ଆଦିବାସୀ ଯୁବତୀ ନିକଟସ୍ଥ ବର ପଡ଼ିଆକୁ ଶୌଚ ହେବା ପାଇଁ ଯାଇଥିଲେ। ଏହି ସମୟରେ ଗାଁର ବୁଲୁ ନାଏକ ୨ ଜଣଙ୍କୁ ଅସଦାଚରଣ କରିଥିଲେ। ଏ ନେଇ ଯୁବତୀଙ୍କ ପରିବାର ପକ୍ଷରୁ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଇତିମଧ୍ୟରେ ୭ଦିନ ବିତିଥିଲେ ବି ପୋଲିସ ଅଭିଯୁକ୍ତକୁ ଗିରଫ କରିନାହିଁ। ଏଥିରେ ଅସନ୍ତୋଷ ଜାହିର କରି ଗାଁର ମହିଳାମାନେ ଛେଣ୍ତିପଦା ତହସିଲ କାର୍ଯ୍ୟାଳୟ ସମ୍ମୁଖରୁ ଏକ ରାଲିରେ ବାହାରି ଥାନା ଘେରାଉ କରିଛନ୍ତି।