ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜିଲ୍ଲାପାଳମାନଙ୍କୁ ଦୁର୍ନୀତି ନେଇ କଡ଼ା ଚେତାବନୀ ଦେବା ସହ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଜିଲ୍ଲାପାଳ ସମ୍ମିଳନୀରେ ସେ ପ୍ରଶାସନିକ ସ୍ତରରେ ଉନ୍ନତି ପାଇଁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଅଧିକ ଫିଲ୍ଡ ଭିଜିଟ୍ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଶାସନରେ ଟେକ୍ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି। ଏହାସହ ଅଭିଯୋଗ ଶୁଣାଣିକୁ ପ୍ରାଧାନ୍ୟ ଦେଇ ଜିଲ୍ଲାସ୍ତରରେ ନିୟମିତ ଲୋକଙ୍କ କଥା ଶୁଣିବାକୁ ପରାମର୍ଶ ଦେଇଛନ୍ତି।
ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ପ୍ରଶାସନିକ ସ୍ତରରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଓ ଜିଲ୍ଲାସ୍ତରରେ ହେଉଥିବା ଆଉଟସୋର୍ସିଂ କମାଇବାକୁ କୁହାଯାଇଛି।
ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ନିର୍ବାଚିତ ପ୍ରତିନିଧିଙ୍କୁ ଉଚିତ ସମ୍ମାନ ଦେବାକୁ ପରାମର୍ଶ ଦିଆଯାଇଛି। “ଗାଦି ମଡ଼ା ବାବୁଙ୍କୁ” ଚିହ୍ନଟ କରି ସେମାନଙ୍କୁ ବଦଳାଇବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।











