ଚକୋଲେଟ୍ ବୋମା ଉଦ୍ଧାର, ଯୁବକ ଗିରଫ

You are currently viewing ଚକୋଲେଟ୍ ବୋମା ଉଦ୍ଧାର, ଯୁବକ ଗିରଫ

ଅନୁଗୁଳ: ବୋମା ପକାଇ ହତ୍ୟା ଧମକ ଅଭିଯୋଗରେ ବଅଁରପାଳ ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ, ମହୀଧରପୁର ଅଞ୍ଚଳର ଅକ୍ଷୟ ଜେନା। ପୁଲିସ୍ ତାଙ୍କ ଠାରୁ ଏକ ଚକୋଲେଟ୍‌ ବୋମାକୁ ଉଦ୍ଧାର କରିଥିବା ଜଣାପଡ଼ିଛି। ପୁଲିସ୍ ସୂଚନା ମୁତାବକ, ଅଭିଯୁକ୍ତ ଅକ୍ଷୟ ଓ ତାଙ୍କ ଦାଦା ସାତୁକ ଜେନାଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏଥିରେ ରାଗିଯାଇ ଅକ୍ଷୟ ଦାଦା ସାତୁକଙ୍କ ଉପରେ ବୋମା ପକାଇବାକୁ ଧମକ ଦେଇଥିଲେ। ଏନେଇ ସାତୁକ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୁକ୍ତ ଏହି ଚକୋଲେଟ୍‌ ବୋମାକୁ ବାରହା ଶିକାର ପାଇଁ ରଖିଥିବା ପୁଲିସ୍ ପକ୍ଷରୁ ସୂଚନା ମିଳିଛି।

Share

Leave a Reply