ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ ଖମାର ରେଞ୍ଜ ଅଧୀନସ୍ତ ମାଧପାଳ ଛକ ନିକଟରୁ ରବିବାର ଖମାର ବନବିଭାଗ ଚୋରା ଚାଲାଣ ହୋଉଥିବା ଦୁଇଟି କାଠ ବୋଝେଇ ଗାଡ଼ିକୁ ଜବତ କରିଛି। ଫରେଷ୍ଟର ହେମନ୍ତ ବରାହଙ୍କ ନେତୃତ୍ବରେ କର୍ମଚାରୀମାନେ ନାଇଟ ପାଟ୍ରୋଲିଂ କରୁଥିବା ବେଳେ କାଠ ଚୋରା ଚାଲାଣ ସମ୍ପର୍କରେ ସୂଚନା ପାଇଥିଲେ। କର୍ମଚାରୀମାନେ ଖମାର ରେଞ୍ଜ ନିକଟସ୍ଥ ମାଧପାଳ ମନ୍ଦିର ଛକ ନିକଟରେ ଗାଡ଼ି ଦୁଇଟିକୁ ଅଟକାଇ ଯାଞ୍ଚ କରିବା ସମୟରେ ସେଥିରେ କାଠା ଚୋରାଚାଲାଣ ହେଉଥିବା ଜଣାପଡ଼ିଥିଲା। ଗାଡ଼ି ଦୁଇଟିକୁ ଜବତ କରାଯିବା ସହ ଚାଳକ ଦ୍ଵୟଙ୍କୁ ଗିରଫ ରଖାଯାଇଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ କଣିହାଁ ବ୍ଲକ ପବିତ୍ର ନଗରର ରସାନନ୍ଦ ପ୍ରଧାନ ଓ ତାପସ କୁମାର ପ୍ରଧାନ । ଉଭୟ ଗାଡ଼ିରୁ ୬୪ ଖଣ୍ଡ ଶାଳ ଚଉକାଠ ଜବତ ହୋଇଛି । ଯାହାର ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା ହେବ ହବ ବୋଲି ଖମାର ବନାଞ୍ଚଳଧିକାରୀ ଚନ୍ଦ୍ରଶେଖର ଗଡ଼ନାୟକ ପ୍ରକାଶ କରିଛନ୍ତି। କାଠକୁ ମାଲ୍ୟଗିରି ରିଜର୍ଭ ଜଙ୍ଗଲରୁ ଚାଲାଣ ହେଉଥିବା ଜଣାପଡ଼ିଛି। ଚଢ଼ାଉରେ ବନରକ୍ଷୀ ସୁନୀଲ ବେହେରା, କର୍ମଚାରୀ ବାବୁଲି ବିଶ୍ବାଳ, ପ୍ରହ୍ଲାଦ ସାହୁ, ରଞ୍ଜିତ ବେହେରା, ଲୁଲୁ ରାଜହଂସ, ରବିଚନ୍ଦ୍ର ପ୍ରଧାନ, ତପନ ଶତପଥୀ ପ୍ରମୁଖ ସାମିଲ ଥିଲେ।
ଚୋରା କାଠ ସହ ଦୁଇ କାର ଜବତ, ୨ ଗିରଫ
- Post published:January 3, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
