ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ସାର କାରଖାନା (ଟିଏଫ୍ଏଲ୍)ରେ ଶନିବାର ସିଆଇଏସ୍ଏଫ୍ ବାହିନୀର ୫୩ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି। ଏଥିରେ ତାଳଚେର ୟୁନିଟ୍ର ସୁରକ୍ଷା ପ୍ରଭାରୀ ତଥା ସହକାରୀ କମାଣ୍ଡାଣ୍ଟ କେ.କେ ପାତ୍ର ଅଧ୍ୟକ୍ଷତା କରିଥିଲା ବେଳେ ସାରକାରଖାନାର ମହାପ୍ରବନ୍ଧକ ପଞ୍ଚାନନ ହଳଧର ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ଯବାନମାନଙ୍କର ସୁରକ୍ଷା ଦିଗରେ ରହିଥିବା ଭୂମିକା ସମ୍ପର୍କରେ ସଂସ୍ଥାଗୁଡ଼ିକରେ ସିଆଇଏସ୍ଏଫ୍ ଯବାନମାନଙ୍କର କାର୍ଯ୍ୟ ଗୁରୁତ୍ବ ବହନ କରିଛି ବୋଲି ସୂଚନା ଦେଇଥିଲେ। ମୁଖ୍ୟ ଅତିଥିଙ୍କୁ ଯବାନମାନେ ଗାର୍ଡଅଫ୍ ଅନର ଦେଇ ସମ୍ମାନ ଜଣାଇଥିଲେ। ଏହି ଅବସରରେ ପ୍ଲାଣ୍ଟର ସିଭିଲ୍ ବିଭାଗର ମହାପ୍ରବନ୍ଧକ ବଲବନ୍ତ ଗୋସାଇଁ, ମାନବ ସମ୍ବଳ ବିଭାଗର ମୁଖ୍ୟ ଜ୍ଞାନରଞ୍ଜନ ନାୟକ, ମୁଖ୍ୟ ପରିଚାଳକ ସୁମନ୍ତ ପ୍ରଧାନ ଅତିଥି ଭାବେ ଯୋଗଦେଇଥିଲେ। ପରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସିଆଇଏସ୍ଏଫ୍ର ସ୍ଥାପନା ଦିବସ
- Post published:March 6, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
