ଅନୁଗୁଳ: ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ କଳା ଦିବସ ପାଳନ ଅବସରରେ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏ ଅବସରରେ ବିଜେପି ରାଜ୍ୟ ସମ୍ପାଦକ ୧୯୭୫ ମସିହା ଜୁନ ୨୫ ରେ ତତ୍କାଳୀନ କଂଗ୍ରେସ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜାତୀୟ ଏମରଜେନସି ଘୋଷଣା କରିଥିଲେ। ଫଳରେ ସ୍ୱାଧୀନତା ଅଧିକାର କ୍ଷୁର୍ଣ୍ଣ ହୋଇଥିଲା ଓ ଲକ୍ଷ ଲକ୍ଷ ଲୋକଙ୍କୁ ବିନା ଦୋଷରେ ବନ୍ଦୀ କରାଯାଇ ଅତ୍ୟାଚାର କରାଯାଇଥିଲା ବୋଲି କହିଥିଲେ।
ଏ ଅବସରରେ ମୁଖ୍ୟ ଅତିଥି ତଥା ସେହି ସମୟରେ ଛଅ ମାସ ତିନି ଦିନ କାରାଗାରରେ ରହିଥିବା ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଡିଲେଶ୍ୱର ପ୍ରଧାନଙ୍କ ସଭାପତିତ୍ବ ଓ ବିଶ୍ୱରଂଜନ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମାଜସେବୀ ସ୍ୱପ୍ନା ଷଡ଼ଙ୍ଗୀ, ଡ଼ ସୁଧାକର ପାଲ, ଅଭୟ ରାୟ, ଶଶୀଭୂଷଣ ପାଣି, ଅର୍ଜୁନ ମୁଦୁଲି, ନିଜାର ଅଲ୍ଲୀ ଦାମାନୀ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ପ୍ରଧାନ, ଅଶୋକ ମହାନ୍ତି, ଅଗସ୍ତି ବେହେରା ପ୍ରମୁଖ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଯଯାତି ପଟ୍ଟନାୟକ, ଦିଲ୍ଲୀପ ପ୍ରଧାନ, ଅମୀୟ ତ୍ରିପାଠୀ, ପ୍ରକାଶ ମହାରଣା, ବିଶ୍ୱଜିତ ମିଶ୍ର, ବିଜୟ ମାଝୀ, ବସନ୍ତ ମଞ୍ଜରୀ ପ୍ରଧାନ, ପ୍ରମୋଦ ଗଡ଼ନାୟକ, ଦିଲ୍ଲୀପ ଦାସ, ସୋମନାଥ ରାଉତ, ସରିତା ମିଶ୍ର, ସୁଲୋଚନା ଦ୍ବିବେଦୀ, ସ୍ନେହଲତା ମହାରଣା, ରୋଜାଲିନ ଦାସ, ପ୍ରତିମା ମିଶ୍ର, ଚନ୍ଦ୍ରକାନ୍ତ ଧଳ, ସମୀର ପରିଡାଙ୍କ ସମେତ ସାମ୍ବାଦିକ, ଆଇନଜୀବୀ, ଶିକ୍ଷାବିତ ଓ ଶତାଧିକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।