ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ସିଆଇଏସ୍‌ଏଫ୍‌ ଯବାନ ଗିରଫ

You are currently viewing ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ସିଆଇଏସ୍‌ଏଫ୍‌ ଯବାନ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର ସିଆଇଏସ୍‌ଏଫ୍‌ର ଜଣେ ଯବାନଙ୍କ କଳା କାରନାମା ସାମ୍ନାକୁ ଆସିଛି। ନାଲକୋ ସିଆଇଏସ୍‌ଏଫ୍‌‌ ୟୁନିଟରେ କାର୍ଯ୍ୟରତ ଯବାନ ଜଣେ ନାବାଳିକାକୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ପରେ ନାଲକୋ ନଗର ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଯବାନ ହେଲେ ନାଲକୋ ନଗର ସିଆଇଏସ୍‌ଏଫ୍ କଲୋନୀର ଉପେନ୍ଦ୍ର ସିଂହ ଚୌହ୍ଵାନ (୩୫)।

ଅଭିଯୋଗ ମୁତାବକ, ଉପେନ୍ଦ୍ର ଜଣେ ସାଥି କର୍ମଚାରୀଙ୍କ ୮ ବର୍ଷର ନାବାଳିକାଙ୍କୁ ରବିବାର ସକାଳେ କଲୋନୀ ପରିସର ମନ୍ଦିର ନିକଟରେ ଅସଦାଚରଣ କରିଥିଲେ। କିନ୍ତୁ ନାବାଳିକା ଚିତ୍କାର କରି ଖସି ଯାଇଥିଲା। ମନ୍ଦିର ପୂଜକ ନାବାଳିକାକୁ ଉଦ୍ଧାର କରିବା ସହିତ ତାଙ୍କ ପରିବାରକୁ ଜଣାଇଥିଲେ। ପରିବାର ଲୋକ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ରାତିଅଧରେ ଥାନାକୁ ଉଠାଇ ଆଣି ତଦନ୍ତ କରି ଆଜି ମାମଲା ରୁଜୁ କରିଥିଲା। ପୋକସୋ ଆକ୍ଟରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ସୂଚନାଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଅଭିଯୁକ୍ତ ଚୌହ୍ଵାନଙ୍କ ନାଁ ରେ ଏଭଳି ଅଭିଯୋଗ ଆସିଥିଲା ଓ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା।

Share

Leave a Reply