ଗନ୍ଧେଇଲାଣି ନାଲକୋ ନଗର, ଟେଣ୍ଡର ହୋଇପାରୁନଥିବାରୁ ୧୨ ଦିନ ହେଲା ସଫେଇ ବନ୍ଦ

You are currently viewing ଗନ୍ଧେଇଲାଣି ନାଲକୋ ନଗର, ଟେଣ୍ଡର ହୋଇପାରୁନଥିବାରୁ ୧୨ ଦିନ ହେଲା ସଫେଇ ବନ୍ଦ

ଅନୁଗୁଳ: ୧୨ ଦିନ ଧରି ନାଲକୋ ନଗରରେ ସଫେଇ କାର୍ଯ୍ୟ ବନ୍ଦ ଥିବାରୁ କଲୋନିବାସୀ ଅତିଷ୍ଠ ହୋଇପଡ଼ିଛନ୍ତି। ବିଭିନ୍ନ ଛକରେ ଅଳିଆ ଆବର୍ଜନା ଗଦା ହୋଇଥିବାରୁ ପୂତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି ବର୍ଷା।

ସୂଚନା ମୁତାବକ, ଗତ ୧ ତାରିଖ ଠାରୁ ସଫେଇ ଠିକା ସଂସ୍ଥାର କାର୍ଯ୍ୟ ଶେଷ ହୋଇଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ନୂତନ ସଫେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଫଳରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି ନାଲକୋନଗରୀ। ଦୀର୍ଘ ୧୨ ଦିନରୁ ଅଧିକ ସମୟ ହେବ ଟେଣ୍ଡର ଜନିତ ସମସ୍ୟା ପାଇଁ ଏହି ବିଭାଗ ଦ୍ଵାରା କାର୍ଯ୍ୟ କରୁଥିବା ୧୨୦ ରୁ ଅଧିକ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ହୋଇ ପଡ଼ିଛି। ଫଳସ୍ୱରୂପ ନାଲକୋ ନଗର ଛକ, ବଜାର, ରାସ୍ତାଘାଟ, ସ୍କୁଲ ନିକଟ, ମନ୍ଦିର ଓ ପାର୍କରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ିରହିଛି। ନାଳ ମଧ୍ୟ ଭର୍ତ୍ତି ହୋଇ ପ୍ରବଳ ଦୁର୍ଗନ୍ଧ ହେଉଛି। ଖୁବ୍ ଶୀଘ୍ର ଏହାର ସମାଧାନ କରା ନଗଲେ ଆଗକୁ ଆନ୍ଦୋଳନର ରୂପ ନେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Share

Leave a Reply