ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେଡି ତରଫରୁ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସୋମବାର ଯୁବ ନେତା ଅରୁଣାଭ ସିଂହଙ୍କ ନେତୃତ୍ୱରେ ଅନୁଗୁଳ ପୌରପାଳିକା ବିଜେଡି ଯୁବ-ଛାତ୍ର ସଂଙ୍ଗଠନର ସଦସ୍ୟଙ୍କ ଦ୍ଵାରା ସମାଜସେବା ଅଭିଯାନରେ ଶ୍ରମଦାନ, ମେଡିକାଲ ସଫେଇ, ରକ୍ତଦାନ ଶିବିର, ଶିକ୍ଷାନୁଷ୍ଠାନ ସଫେଇ ଇତ୍ୟାଦିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି। ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ଓଡିଶା ମୋ ପରିବାର ଜିଲ୍ଲା ସହ ସଂଯୋଜକ ପ୍ରିୟଦର୍ଶୀ ପଟ୍ଟନାୟକ, ରାଜ୍ୟ ଯୁବ ବିଜେଡି ଉପ-ସଭାପତି ସୁଜିତ ଦ୍ବିବେଦୀ, ଜିଲ୍ଲା ଯୁବ ବିଜେଡ଼ି ଉପ-ସଭାପତି ସରୋଜ ନାଏକ, ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ଯୋଗେଶ ପ୍ରଧାନ, ଯୁବ ବିଜେଡ଼ି ନେତା ବିଶ୍ୱରଞ୍ଜନ ସାହୁ, ଦେବବ୍ରତ ନାଏକ, ରାକେଶ ନନ୍ଦ, ଅଜିତ ଦ୍ବିବେଦୀ, ଅଶୋକ ଖିଲାର, ସଂଜୀବ ପ୍ରଧାନ, ପିନାକୀ ସିଂହ, ଭବାନୀ ମିଶ୍ର, ସୁଶୀଲ ମୁଖୀ ପ୍ରମୁଖ ଉପସ୍ଥିତ ଥିଲେ।
ଜୟପ୍ରକାଶଙ୍କ ଜୟନ୍ତୀରେ ସଫେଇ
- Post published:October 11, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
