ଅନୁଗୁଳ: କଲମ୍ବିଆ ବିଶ୍ବବିଦ୍ୟାଳୟର ଏକ ଅଧ୍ୟୟନ ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ପାଇଁ ୨୦୫୦ ମସିହା ସୁଦ୍ଧା ଚାଉଳରେ ଆର୍ସେନିକ୍ ସ୍ତର ବୃଦ୍ଧି ପାଇପାରେ, ଯାହା ଏସୀୟ ଦେଶ ଗୁଡ଼ିକର ଲକ୍ଷ ଲକ୍ଷ ଲୋକଙ୍କୁ କର୍କଟ ରୋଗର ବିପଦରେ ପକାଇପାରେ । ଅଧ୍ୟୟନରେ ଆହୁରି ମଧ୍ୟ କୁହାଯାଇଛି ଯେ, ବର୍ଦ୍ଧିତ ତାପମାତ୍ରା ଓ କାର୍ବନ ଡାଇଅକ୍ସାଇଡ ସ୍ତର ଯୋଗୁଁ, ଧାନ ଗଛ ମାଟିରୁ ଅଧିକ ଆର୍ସେନିକ୍ ଶୋଷଣ କରୁଛି । ସୂଚନା ଥାଉକି, ୨୮ ପ୍ରକାର କିସମର ଧାନକୁ ନେଇ ୧୦ ବର୍ଷ ଧରି ଏହି ଗବେଷଣା କରାଯାଇଥିଲା ।
ଚାଉଳକୁ ଅଧିକ ବିପଜ୍ଜନକ କରୁଛି ଜଳବାୟୁ ପରିବର୍ତ୍ତନ, ୨୦୫୦ ସୁଦ୍ଧା ଲକ୍ଷାଧୂକ ଲୋକଙ୍କୁ କ୍ୟାନସର ଆଶଙ୍କା
