ରାଜ୍ୟସ୍ତରୀୟ ପାଳଲହଡ଼ା କପ୍ ଫୁଟବଲ୍ ଉଦ୍‌ଯାପିତ

You are currently viewing ରାଜ୍ୟସ୍ତରୀୟ ପାଳଲହଡ଼ା କପ୍ ଫୁଟବଲ୍ ଉଦ୍‌ଯାପିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଷ୍ଟାଡିୟମରେ ୭ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ପାଳଲହଡ଼ା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଛି।ଫାଇନାଲ ମ୍ୟାଚର ଏକ ସଂଘର୍ଷପୂର୍ଣ୍ଣ ଖେଳରେ ଅନୁଗୁଳ ଜିଲ୍ଲାର ବାଗେଡ଼ିଆ ସମ୍ବଲପୁର ଫୁଟବଲ୍‌ କ୍ଲବକୁ ୧-୦ ଗୋଲରେ ପରାସ୍ତ କରି ଚଳିତବର୍ଷର ଚାମ୍ପିଅନ୍ ହୋଇଛି। ଆୟୋଜକ ଫୁଟବଲ୍ କ୍ଲବର ସଭାପତି ନେତ୍ରାନନ୍ଦ ମହାକୁଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି, ପାଳଲହଡ଼ା ବିଧାୟକ ମୁକେଶ କୁମାର ପାଳ ସ୍ବତନ୍ତ୍ର ଅତିଥି ଓ ସମ୍ମାନିତ ଅତିଥି ରୂପେ ଉପଜିଲ୍ଲାପାଳ ଅଜିତ କୁମାର ପ୍ରଧାନ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନବକିଶୋର ନାଏକ, ଫୁଟବଲ କ୍ଲବର ଅଧ୍ୟକ୍ଷ ସୁଧାଂଶୁ କପରବାର, ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ ଓ ବ୍ଲକ ସମ୍ବାଦ ପ୍ରତିନିଧି ରଘୁନନ୍ଦନ ଆଚାର୍ଯ୍ୟ ମଞ୍ଚାସୀନ ଥିଲେ। କ୍ରୀଡାବିତ୍ ଅଭୟ କୁମାର ନାଏକ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ରାଜ୍ୟର ପ୍ରସିଦ୍ଧ ରେଫରି ଶିବ ଶଙ୍କର ପଣ୍ଡା, ପ୍ରଶାନ୍ତ କୁମାର ପାଳ, ଦିଲ୍ଲୀପ ରାଉତ, ଈଶ୍ବରଚନ୍ଦ୍ର ବେହେରା, ଭୋଳେଶ୍ଵର ଗାଗାରାଇ ଫାଇନାଲ ମ୍ୟାଚର ଖେଳ ପରିଚାଳନା କରିଥିଲେ।

Share

Leave a Reply