ସିଏମ ଟ୍ରଫି ଖୋଖୋ: ବୟସ ବିବାଦ ଯୋଗୁଁ ଫାଇନାଲ ମ୍ୟାଚ ବନ୍ଦ

You are currently viewing ସିଏମ ଟ୍ରଫି ଖୋଖୋ: ବୟସ ବିବାଦ ଯୋଗୁଁ ଫାଇନାଲ ମ୍ୟାଚ ବନ୍ଦ

ଅନୁଗୁଳ: ଅନୁଗୁଳ ହାଇସ୍କୁଲ ପଡ଼ିଆରେ ଚାଲିଥିବା ସିଏମ୍ ଟ୍ରଫି ଖୋଖୋ ଏବଂ କବାଡି ପ୍ରତିଯୋଗିତାର ୩ ୟ ଦିନର ଖେଳରେ ବେଶ ବିବାଦ ଦେଖିବାକୁ ମିଳିଥିଲା। ଖୋଖୋ ଫାଇନାଲକୁ ଉଠିଥିବା ଗଞ୍ଜାମ ପିଲାଙ୍କର ଆଧାର ଚେକିଙ୍ଗ ବେଳେ କିଛି ପିଲାଙ୍କର ବୟସ ଅଧିକ ଥିବା ଜଣାପଡ଼ିଥିଲା। ପରିଚାଳନା କମିଟି  ବିଶେଷଜ୍ଞ ମାନେ ୨୦୧୨ ମସିହାରେ ଜନ୍ମିତ ପିଲା ଖେଳି ପାରିବେ ନାହିଁ ବୋଲି କହିଥିଲେ। କେବଳ ୨୦୧୩ ମସିହାରେ ଜନ୍ମିତ ପିଲା ଖେଳି ପାରିବେ ବୋଲି ସେମାନେ ଅଡି ବସିଥିଲେ।

ତେବେ ଗଞ୍ଜାମର କୋଚ୍ ମ୍ୟାନେଜର ସେମାନଙ୍କୁ ଏଥିନେଇ କୌଣସି ସ୍ପଷ୍ଟ ଚିଠି ଆସିନାହିଁ ବୋଲି କହିଥିଲେ। ବିବାଦର ସମାଧାନ ନେଇ ଡିଏସଓ ଅକ୍ଷୟ କୁମାର ସିଠ, କ୍ରୀଡା ସଂସଦ ସଦସ୍ୟ ଏବଂ କ୍ରୀଡା ଏକ୍ସପର୍ଟଙ୍କ ମଧ୍ୟରେ ଦୀର୍ଘ ଦୁଇ ଘଣ୍ଟା ଆଲୋଚନା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ତେଣୁ ଫାଇନାଲ ଖେଳକୁ ବାତିଲ ଘୋଷଣା କରାଯାଇଥିଲା। ଗଞ୍ଜାମ ଓ ଢେଙ୍କାନାଳର ପିଲାମାନେ ନିରାଶ ହୋଇଥିଲେ। ରାଜ୍ୟ କ୍ରୀଡ଼ା ବିଭାଗ ଉପଯୁକ୍ତ ଚିଠି ସବୁ ଜିଲ୍ଲାକୁ ପଠାଇ ନଥିବାରୁ ଏଭଳି ବିବାଦ ଉପୁଜିଲା ବୋଲି କୁହାଯାଉଛି।

Share

Leave a Reply