ଅନୁଗୋଳ: ତାଳଚେର ବ୍ଲକ ଅନ୍ତର୍ଗତ ଚାଳଗଡ଼ ଗ୍ରାମକୁ ରାଜ୍ୟ ସରକାର ‘ରାଜସ୍ୱ ଗ୍ରାମ’ ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଦୀର୍ଘ ଦିନର ଦାବି ପୂରଣ ହେବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
ଏହି ମାନ୍ୟତା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ ଚାଳଗଡ଼ ଗ୍ରାମର ସଭାପତି, ସମ୍ପାଦକ, ମୁଖ୍ୟ ଉପଦେଷ୍ଟା ଓ ଗ୍ରାମବାସୀ ଆଜି ସାକ୍ଷାତ କରି ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସେମାନେ ବିଧାୟକଙ୍କୁ ହୃଦୟରୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଥିଲେ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରାଜସ୍ୱ ଗ୍ରାମ ମାନ୍ୟତା ମିଳିବା ଫଳରେ ଆଗାମୀ ଦିନରେ ଗ୍ରାମର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ। ଏହାସହ ବିଭିନ୍ନ ସରକାରୀ ଯୋଜନା ଓ ସୁବିଧା ସୁଯୋଗ ଗ୍ରାମବାସୀଙ୍କ ନିକଟରେ ସହଜରେ ପହଞ୍ଚିପାରିବ।











