ଅନୁଗୋଳରେ ସି.ଏମ୍. ଟ୍ରଫି ଆନ୍ତଃଜିଲ୍ଲା କବାଡ଼ି ଚ୍ୟାମ୍ପିୟନସିପ୍ ଉଦଘାଟିତ

You are currently viewing ଅନୁଗୋଳରେ ସି.ଏମ୍. ଟ୍ରଫି ଆନ୍ତଃଜିଲ୍ଲା କବାଡ଼ି ଚ୍ୟାମ୍ପିୟନସିପ୍ ଉଦଘାଟିତ

ଅନୁଗୋଳ: ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ୱେଷଣ ଲକ୍ଷ୍ୟରେ ଅନୁଗୋଳ ଉଚ୍ଚ ବିଦ୍ୟାଳୟ ପଡ଼ିଆଠାରେ ‘ସି.ଏମ୍. ଟ୍ରଫି କବାଡ଼ି ଆନ୍ତଃଜିଲ୍ଲା ଜୋନ୍-IV ବାଳକ ଓ ବାଳିକା ଚ୍ୟାମ୍ପିୟନସିପ୍-୨୦୨୬’ ଆଜି ଉଦଘାଟିତ ହୋଇଛି। ଓଡ଼ିଶା କବାଡ଼ି ଆସୋସିଏସନ୍, ଜିଲ୍ଲା ପ୍ରଶାସନ ଓ ଅନୁଗୋଳ ଦୌଡ଼କୁଦ ସଂଘର ମିଳିତ ସହଯୋଗରେ ଆୟୋଜିତ ଏହି ପ୍ରତିଯୋଗିତା ଜୁନ୍ ୬ ପର୍ଯ୍ୟନ୍ତ ଚାଲିବ।

ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର କହିଛନ୍ତି ଯେ, ଏହି ପ୍ରତିଯୋଗିତା ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାମାନଙ୍କୁ ଜାତୀୟ ସ୍ତରରେ ପ୍ରତିଷ୍ଠିତ ହେବାକୁ ସୁଯୋଗ ଦେବ। ସମ୍ମାନିତ ଅତିଥି ଭାବେ ପର୍ଯ୍ୟବେକ୍ଷକ ଶୁଭେନ୍ଦୁ ଧୀର ଓ ରାଜ୍ୟ ସମନ୍ୱୟକ ସୁନୀଲ ମହାନ୍ତ ଯୋଗଦେଇ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ ସିଠ, ଏସଡିଆଇପିଆରଓ ସନମସ୍ମିତା ସାହୁ, ଅନ୍ୟାନ୍ୟ ଅଧିକାରୀ, କ୍ରୀଡ଼ାବିତ୍ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। କୁମାରୀ ବିଶ୍ୱପୂଜ୍ୟା ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ।

Share

Leave a Reply