ବଅଁରପାଳ ଡକାୟତି ଯୋଜନା ପଣ୍ଡ, ୨ ଗିରଫ ଏବଂ କୋର୍ଟ ଚାଲାଣ

You are currently viewing ବଅଁରପାଳ ଡକାୟତି ଯୋଜନା ପଣ୍ଡ, ୨ ଗିରଫ ଏବଂ କୋର୍ଟ ଚାଲାଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଏକ ବଡ଼ଧରଣର ଆପରାଧିକ ଘଟଣା ଘଟାଇବା ପୂର୍ବରୁ ପୋଲିସ ଏହାକୁ ପଣ୍ଡ କରିଦେଇଛି। ଡକାୟତି ଯୋଜନା କରୁଥିବା ଏକ ୪ ଜଣିଆ ଗ୍ୟାଙ୍ଗ ଉପରେ ଚଢ଼ାଉ କରି ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗତ ବୁଧବାର ବିଶ୍ୱନାଥପୁର ସାହିରେ କିଛି ଦୁର୍ବୃତ୍ତ ଅପରାଧ ଘଟାଇବାକୁ ଯୋଜନା କରୁଥିବା ବେଳେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ବଳିଆ ନାଏକ (୨୪) କୁ କାବୁ କରାଯାଇଥିବା ବେଳେ ଅନ୍ୟ ୩ ଜଣ ଫେରାର ହୋଇଯାଇଥିଲେ। ପରେ ପୋଲିସ ପିଛା କରି ଗୋତମରା ପାଇପ୍ ଲାଇନ୍ ନିକଟରୁ ସଞ୍ଜୟ ନାଏକ (୨୭) କୁ ଗିରଫ କରିଥିଲା।ବଅନ୍ୟ ଦୁଇ ଅଭିଯୁକ୍ତ ନିକଟସ୍ଥ କାଉଁସି ବଣରେ ଲୁଚି ଯାଇଥିବାରୁ ପୋଲିସ ଓ ବନ ବିଭାଗ ଡ୍ରୋନ୍, ସର୍ଚ୍ଚ ଲାଇଟ୍ ଏବଂ ଜେସିବି ସାହାଯ୍ୟରେ ବିଳମ୍ବିତ ରାତି ଯାଏଁ ସର୍ଚ୍ଚ ଅପରେସନ କରିଥିଲେ ମଧ୍ୟ ସେମାନଙ୍କ ପତ୍ତା ମିଳିନାହିଁ।

ଗିରଫ ଅଭିଯୁକ୍ତଙ୍କ ନିକଟରୁ ୨ଟି ମୋଟରସାଇକେଲ ଜବତ ହୋଇଛି। ଏହି ଫେରାର ଅଭିଯୁକ୍ତଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂ ସୂଚନା ଦେଇଛନ୍ତି।

Share

Leave a Reply