ବାରମ୍ବାର ସରକାରୀ କର୍ମଚାରୀଙ୍କୁ ଆକ୍ରମଣକୁ କୋଲ ମାଇନ୍ସ ଅଫିସର ଆସୋସିଏସନର ନିନ୍ଦା, କଠୋର କାର୍ଯ୍ୟାନୁଷ୍ଠାନ ଦାବି

You are currently viewing ବାରମ୍ବାର ସରକାରୀ କର୍ମଚାରୀଙ୍କୁ ଆକ୍ରମଣକୁ କୋଲ ମାଇନ୍ସ ଅଫିସର ଆସୋସିଏସନର ନିନ୍ଦା, କଠୋର କାର୍ଯ୍ୟାନୁଷ୍ଠାନ ଦାବି

ଅନୁଗୁଳ: ଏମସିଲ, ଲଖନପୁର ଏରିଆର ବରିଷ୍ଠ ମହା ପ୍ରବନ୍ଧକ ସଞ୍ଜୟ ଝାଙ୍କୁ ଗତ ଜୁଲାଇ ୨୫ ତାରିଖରେ ନିଜ ଅଫିସ ଭିତରେ ପାର୍ବତୀ ବେହେରା ନାମଧାରୀ ମହିଳା ବ୍ୟକ୍ତିଗତ ଆକ୍ରମଣ ତଥା ଅସଭ୍ୟ ବ୍ୟବହାରକୁ କୋଲ ମାଇନ୍ସ ଅଫିସର ଆସୋସିଏସନ,ଏମସିଲ ଶାଖା ଗଭୀର ନିନ୍ଦା କରିଛି।

ସୂଚନା ମୁତାବକ, ଗତ ୨୦ ତାରିଖରେ ଭରତପୁର ଏରିଆ ଅଫିସରେ ପଶି କର୍ମଚାରୀ ଜୟନ୍ତ ମିଶ୍ର ଓ ବି.ଏନ ସାହୁଙ୍କୁ ଦିନ ୧୧ ଟାରେ ଅନନ୍ତବେରୀଣିର ଲିପୁନା ଭୂକ୍ତା ଓ କିଛି ଦୁର୍ବୃତ୍ତ ଅତର୍କିତ ଆକ୍ରମଣ କରିଥିଲେ। ଏହି ଘଟଣାକୁ ମଧ୍ୟ ଏମସିଏଲ କୋଲ ମାଇନ୍ସ ଅଫିସର ଆସୋସିଏସନ ଗଭୀର ନିନ୍ଦା କରିଛି। ଅଫିସରଙ୍କ ଉପରେ ଏହି ଭଳି ଆକ୍ରମଣ ବାରମ୍ବାର ହେଉଥିବାରୁ ସ୍ଥାନୀୟ ପ୍ରଶାସନ ଓ ପୋଲିସ କର୍ତ୍ତୃପକ୍ଷ କଠୋର ପଦକ୍ଷେପ ନେବାକୁ ଦାବି ହୋଇଛି।

ଏହି ଦୁଇଟି ଘଟଣା ପରେ ଅଫିସର ମାନେ ମାନସିକ ସ୍ଥରରେ ଭାଙ୍ଗି ପଡିଛନ୍ତି ଏବଂ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି। ତେଣୁ ନ୍ୟାୟ ପାଇଁ ଅଫିସର ସଙ୍ଘର ସାଧାରଣ ସମ୍ପାଦକ ଡାକ୍ତର ସାହୁ ଏବଂ ଅଧ୍ୟକ୍ଷ ସମୀର ଦାସ ଦାବି କରିଛନ୍ତି।

Share

Leave a Reply