ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅଧୀନ ଘନପୁର ଗ୍ରାମର ଦେବେନ୍ଦ୍ର ସାହୁଙ୍କ ଘରୁ ବୁଧବାର ଏକ ନାଗ ସାପ ଉଦ୍ଧାର କରାଯାଇଛି। ବାହାର ଅଞ୍ଚଳରୁ ଏକ ନାଗ ସାପ ଦେବେନ୍ଦ୍ରଙ୍କ ଘର ଭିତରେ ପଶିଥିଲା ଓ ମାଟିଘର ନିକଟରେ ଥିବା ଏକ କଣାରେ ଲୁଚି ଯାଇଥିଲା। ଭୟଭୀତ ହୋଇ ଦେବେନ୍ଦ୍ର ସାପ ଉଦ୍ଧାରକାରୀ ସିଦ୍ଧେଶ୍ୱର ରଥଙ୍କୁ ଖବର ଦେଇଥିଲେ। ସିଦ୍ଧେଶ୍ୱର ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଥିଲେ।
ଘର ଭିତରୁ ନାଗ ସାପ ଉଦ୍ଧାର
- Post published:September 18, 2025
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
