ଜବରଦଖଲ ମୁକ୍ତ ହେଲା କଲେଜ ରୋଡ୍‌, ପୁଣି ବସିଲେ ସମ୍ପତ୍ତି ବାଜ୍ୟାପ୍ତି କରିବ ପୌରପାଳିକା

You are currently viewing ଜବରଦଖଲ ମୁକ୍ତ ହେଲା କଲେଜ ରୋଡ୍‌, ପୁଣି ବସିଲେ ସମ୍ପତ୍ତି ବାଜ୍ୟାପ୍ତି କରିବ ପୌରପାଳିକା

ଅନୁଗୁଳ: ଅନୁଗୁଳ ଉପଜିଲ୍ଲାପାଳଙ୍କ ବାସଭବନ ଠାରୁ କଲେଜ ପର୍ଯ୍ୟନ୍ତ ରାସ୍ତାକୁ ଜବରଦଖଲମୁକ୍ତ ଘୋଷଣା କଲା ପୌରପାଳିକା। ବୁଧବାର ଏନେଇ ପୌରପାଳିକା ପକ୍ଷରୁ ସର୍ବସାଧାରଣ ନୋଟିସ୍‌ ଜାରି କରାଯାଇଛି। ଯଦି ଆଗକୁ ଏହି ସ୍ଥାନରେ କୌଣସି ଦୋକାନ କି ଠେଲାବାଲା ବସନ୍ତି ତେବେ ତାଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତି କରାଯିବ ବୋଲି ଲଟ୍‌କା ମଧ୍ୟ ଜାରି କରାଯାଇଛି।

ସୂଚନା ମୁତାବକ, ଅନୁଗୁଳ ସହର ମଧ୍ୟରେ ଥିବା ଉପଜିଲ୍ଲାପାଳଙ୍କ ବାସଭବନ ଠାରୁ କଲେଜ ପର୍ଯ୍ୟନ୍ତ ରାସ୍ତାକୁ କିଛି ଉଠାଦୋକାନୀ ଜବରଦଖଲ କରିରଖିଛନ୍ତି। ଯେତେଥର ଉଠାଇଲେ ମଧ୍ୟ ଏମାନେ ପୁଣି ଆସି ବସିଯାଉଥିଲେ। ସବୁଠୁ କୌତୁହଳର କଥା ହେଛି ଏହି ଦୋକାନୀଙ୍କୁ ଟାଟା ପାୱାର ପକ୍ଷରୁ ଇଲେକ୍ଟ୍ରି ସଂଯୋଗ ମଧ୍ୟ ଦିଆଯାଇଥିଲା। ଆଉ କିଛି ଯୁବକ ଦୋକାନୀଙ୍କ ଠାରୁ ଜୋରଜବରଦସ୍ତ ମାସିକିଆ ବଟି ଆଦାୟ କରୁଥିଲେ। ଏ ନେଇ ଖବର ପ୍ରକାଶନ ପରେ ପୌରପାଳିକା ପକ୍ଷରୁ ଦୋକାନଗୁଡ଼ିକୁ ଉଚ୍ଛେଦ କରାଯାଇଥିଲା। କିନ୍ତୁ କିଛି ଦିନ ପରେ ଯଥା ପୂବଂ ତଥା ପରଂ ସ୍ଥିତି।

ପୌରପାଳିକା ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଏହାକୁ ଗୁରୁତ୍ବର ସହ ନେଇଛନ୍ତି। ଆଜି ପୌରପାଳିକା ଏକ ସର୍ବସାଧାରଣ ନୋଟିସ୍‌ କରିଛି ଉଚ୍ଛେଦ ସ୍ଥାନରେ ପୁନଃଦୋକାନ କଲେ ପୌରପାଳିକା ଏହାକୁ ବାଜ୍ୟାପ୍ତି କରିବ ବୋଲି ନିର୍ଦ୍ଦେଶ ଦେଇଛି।ପ୍ରକାଶ ଯେ ଏହି ଜବରଦଖଲକାରୀଙ୍କୁ ଆଗରୁ ଅନୁଗୁଳ ପୌରପାଳିକା ସହରର ବିଭିନ୍ନ ଜାଗାରେ ଥଇଥାନ କରିଥିଲେ। କିନ୍ତୁ ଏମାନେ ଚଞ୍ଚକତା କରି ସରକାରୀ ଜାଗାକୁ ଦଖଲ କରି ଭଡ଼ାରେ ଦେଇ ବହୁ ଅର୍ଥ ଉପାର୍ଜନ କରୁଥିବା ସୂଚନା ମିଳିଛି।

Share

Leave a Reply