ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ଥିବା ଏକ ଜୁଏଲର୍ସକୁ ସୋମବାର କିଛି ଗ୍ରାହକ ଅଳଙ୍କାର କିଣିବା ପାଇଁ ଆସିଥିଲେ। ଏହା ମଧ୍ୟରେ ଦୁଇଜଣ କଲେଜ ପଢୁଆ ଯୁବତୀ ମଧ୍ୟ ରହିଥିଲେ। ସେମାନେ ସୁନା ଚେନ ଏବଂ କାନଫୁଲ ଦେଖିଥିଲେ। ଦୋକାନରେ କାମ କରୁଥିବା ସେଲସ ମ୍ୟାନ ସେମାନଙ୍କୁ ୮ଟି ସୁନା ଚେନ ଏବଂ କିଛି କାନଫୁଲ ଦେଖିବାକୁ ଦେଇଥିଲେ।
କିନ୍ତୁ ଏହି ଗହଣା ଦେଖି ଯୁବତୀ ୭ଟି ଚେନ ଫେରାଇଥିଲେ। ଏପରିକି କାନଫୁଲରୁ ମଧ୍ୟ କିଛି କାନଫୁଲ ଗାଏବ ହୋଇଯାଇଥିଲା। ଏନେଇ ସେଲସ ମ୍ୟାନ ଏବଂ ଛାତ୍ରୀଙ୍କ ମଧ୍ୟରେ ଯୁକ୍ତି ହେବା ପରେ ସିସିଟିଭି ଯାଞ୍ଚ କରାଯାଇଥିଲା। ଏହିଠାରେ ଚୋରିର ଅସଲ ଚିତ୍ର ଧରାପଡିଥିଲା। କଲେଜ ପଢୁଆ ଦୁଇ ଯୁବତୀ ନିଜ ଅଣ୍ଟାରେ ଚେନକୁ ଖୋସି ଦେଇଥିବା ସିସିଟିଭିରେ ଜଣାପଡିଥିଲା।
ଶେଷରେ ଦୋକାନର ଜଣେ ମହିଳା କର୍ମଚାରୀ ଆସି ଦୁଇ ଯୁବତୀଙ୍କୁ ଯାଞ୍ଚ କରିବା ପରେ ସେମାନଙ୍କ ଠାରୁ ଚୋରି ହୋଇଥିବା ଜିନିଷ ଉଦ୍ଧାର ହୋଇଥିଲା। ଏନେଇ ପୋଲିସ ନିକଟରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଜଣାପଡିଛି।