ଅନୁଗୁଳ: ଅନ୍ଲାଇନ୍ରେ ପରୀକ୍ଷା କରାଯିବାକୁ ଦାବି କରି ଶନିବାର ତାଳଚେର ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଛାତ୍ରଛାତ୍ରୀମାନେ ଅଫ୍ଲାଇନ୍ ପରିବର୍ତ୍ତେ ଅନ୍ଲାଇନ୍ରେ ପରୀକ୍ଷା କରାଯିବାକୁ ଦାବି କରିଥିଲେ । କଲେଜର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେବା ପରେ ଅଧ୍ୟକ୍ଷ ଡ. ରଘୁନାଥ ରଥଙ୍କ ସମେତ ଅଧ୍ୟାପକ, ଅଧାପିକାମାନେ ସେଠାକୁ ଯାଇ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ ହେଁ ସେମାନେ ନିଜ ଜିଦରେ ଅଟଳ ରହିଥିଲେ । ପରେ ଛାତ୍ରଛାତ୍ରୀଙ୍କ ଦାବି ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗକୁ ଜଣାଇ ଦିଆଯିବ ଓ ସରକାରଙ୍କ ନିଷ୍ପତ୍ତି ଆସିଲା ପରେ ଏ ସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି କହିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
ଅନ୍ଲାଇନ୍ରେ ପରୀକ୍ଷା ଦାବି, କଲେଜ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ
- Post published:April 4, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
