ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ନୂଆପଡ଼ା ଗାଁ ରାମେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଏକ ନୂଆ ଗ୍ରାମ ପଞ୍ଚାୟତ ଗଠନ ଉଦ୍ଦେଶ୍ୟ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ବୈଠକରେ ଦିଘି,ଆନନ୍ଦବଜାର,ବିପିନି କଲୋନୀ,ଗଣପତି ନଗର,ବଙ୍ଗୁ ଓ ନୂଆପଡ଼ାର ବାସିନ୍ଦାମାନଙ୍କୁ ନେଇ ଏକ ନୂଆ ଗ୍ରାମ ପଞ୍ଚୟତ ଗଠନ ପ୍ରୟାସକୁ କିପରି ସାକାର କରାଯିବ ସେନେଇ ଆଲୋଚନା ହୋଇଥିଲା । ଆଗାମୀ ସାତ ଦିନ ମଧ୍ୟରେ ସମସ୍ତ ଗ୍ରାମବାସୀଙ୍କ ପାଖକୁ ଯାଇ ନୂତନ ପଞ୍ଚାୟତ ଗଠନ ଉଦ୍ଦେଶ୍ୟ ସମ୍ପର୍କରେ ଜଣାଇବା ପାଇଁ ନିଷ୍ପତି ହୋଇଥିଲା । ଚଳିତ ଜୁନ୍ ୩୦ତାରିଖରେ ଏହି ପ୍ରସଙ୍ଗ ନେଇ ଆଉ ଏକ ବୈଠକ କରାଯିବା ପାଇଁ ସ୍ଥିର ହେବା ସହ ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେବାକୁ ନିବେଦନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଏକ କମିଟି ଗଠନ କରାଯାଇ ଏହାର ପରିଚାଳନା ନିମନ୍ତେ ସାତଜଣିଆ ସଦସ୍ୟଗଣଙ୍କୁ ମନୋନୀତ କରାଯାଇଥିଲା ।
ସର୍ବସମ୍ମତି କ୍ରମେ ବିଜୟ କୁମାର ପ୍ରଧାନ,ଅଜୟ କୁମାର ନାୟକ,ରବିନ୍ଦ୍ର ପୃଷ୍ଟି,ପଂଚାନନ ସେନାପତି,ସୈାଭାଗ୍ୟ ଚନ୍ଦ୍ର ନାୟକ,ଅଜିତ କୁମାର ସାମଲ,ଜ୍ଞାନ ରଞ୍ଜନ ନାୟକ ପ୍ରମୁଖଙ୍କୁ ବିଭିନ୍ନ କାର୍ଯ୍ୟ ପରିଚାଳନା ସକାଶେ ଦାୟିତ୍ୱ ଦିଆଯାଇଥିଲା ।